ନୂଆଦିଲ୍ଲୀ: ସହିପାରିଲେନି କୁନି ଝିଅର କାନ୍ଦ, ପୋଲିସର ମକ୍ ଡ୍ରିଲ୍ରେ ଆତଙ୍କୀ ସାଜିଥିବା ଅଧିକାରୀଙ୍କୁ କଷିଦେଲେ ଶକ୍ତ ଚାପୁଡ଼ା ବ୍ୟକ୍ତି। ମହାରାଷ୍ଟ୍ରର ଧୁଲରେ ଏକ ମନ୍ଦିରରେ ପୋଲିସ ସୁରକ୍ଷା ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରୁଥିବା ସମୟରେ ଏଭଳି ଘଟଣା ଘଟିଛି। ଘଟଣା ସମୟର ଭିଡିଓ କ୍ୟାମେରାରେ କଏଦ୍ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।
ଘଟଣା ଅନୁସାରେ ଯେଉଁ ସମୟରେ ପୋଲିସ ମକ୍ ଡ୍ରିଲ୍ କରୁଥିଲା, ସେ ସମୟରେ କିଛି ଭକ୍ତ ମନ୍ଦିରରେ ଥିଲେ । ଏହି ବନ୍ଧୁକ ଶବ୍ଦ ଶୁଣି ନିଜର ଝିଅ ସହିତ ଅନ୍ୟ କୁନି ପିଲା ଏବଂ ମହିଳାମାନେ ଡରିଯାଇଥିଲେ । ଏଥିଏର ବ୍ୟକ୍ତି ଜଣଙ୍କର କୁନି ଝିଅଟି କାନ୍ଦିବାକୁ ଲାଗିଥିଲା। ଏହାପରେ ଝିଅର କାନ୍ଦିବା ସହି ନପାରି ବ୍ୟକ୍ତି ଜଣକ ରାଗରେ ଆତଙ୍କୀ ରୁପରେ ଥିବା ପୋଲିସ ଅଧିକାରୀଙ୍କ ପାଖକୁ ଯାଇ ଦୁଇଟି ଶକ୍ତ ଚାପୁଡ଼ା ତାଙ୍କ ଗାଲରେ ସେକି ଦେଇଥିଲେ। ତେବେ ସାଙ୍ଗେସାଙ୍ଗେ ସେଠାରେ ଥିବା ବରିଷ୍ଠ ଅଧିକାରୀମାନେ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲେ ।
महाराष्ट्र के धुले में एक मंदिर में चल रही थी पुलिस की मॉकड्रिल.
मॉकड्रिल देख वहा पर मौजूद छोटे बच्चे डर की वजह से रोने लगे.
इतने में बच्चो के परिवार में से एक आदमी ने मॉक ड्रिल के दौरान ही पुलिस को तप्पड़ जड़ दिया..#Maharashtra pic.twitter.com/hmjQIc3p30
— Vivek Gupta (@imvivekgupta) August 8, 2023
ରିପୋର୍ଟ ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଏକ ଫୋନ୍ କଲ୍ ପାଇଥିଲେ ଯେ, ମନ୍ଦିରରେ ଆତଙ୍କବାଦୀମାନେ ଆକ୍ରମଣ କରି ଦେଇଛନ୍ତି । ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆତଙ୍କୀଙ୍କ ସହିତ ମୁକାବିଲା କରିଥିଲେ । ଏହା ଏକ ମକ୍ ଡ୍ରିଲ୍ ଥିବା ଜାଣିବା ପରେ ଲୋକମାନେ ଆଶ୍ୱସ୍ତି ପାଇଥିଲେ । ତେବେ ଏହି ସମୟରେ ବନ୍ଧୁକ ଶବ୍ଦ ଶୁଣି ସେଠାରେ ଥିବା ମହିଳା ଏବଂ କୁନି ଶିଶୁମାନେ ସାମାନ୍ୟ ଡରିଯାଇଥିଲେ ।