Video ନଦେଖିଲେ ବିଶ୍ବାସ କରିହେବନି, କାଉ ଡାକୁଛି ବାପା, ମା

କାଉ କହୁଛି ବାପା ମାଆ ।

ନୂଆଦିଲ୍ଲୀ: ସମସ୍ତେ ଜାଣିଛନ୍ତି ଶୂଆ କଥା କୁହେ । କିନ୍ତୁ କେବେ ଜାଣିଛନ୍ତି କି କାଉ ବି କଥା କୁହେ ବୋଲି । ମହାରାଷ୍ଟ୍ରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାଉଟି ବାପା ବାପା ବୋଲି ଡାକୁଥିବା ଦେଖାଯାଇଛି । ମହାରାଷ୍ଟ୍ର ପାଲଘରରେ ଏକ କାଉର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

କାଉର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହଜାର ହଜାର ଲୋକ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଖବର ଅନୁସାରେ, କାଉଟି ବଗିଚାରେ ମୂର୍ଛା ହୋଇ ପଡି ରହିଥିବା ବେଳେ ତିନି ବର୍ଷ ପୂର୍ବେ ୱାଡା ଅଞ୍ଚଳର ତନୁଜା ମୁକେନ ତାକୁ ଉଦ୍ଧାର କରିଥିଲେ ।

ତେବେ କାଉକୁ ଉଦ୍ଧାର କରି ଘରେ ରଖିବା ସହିତ ଆଉ ମଧ୍ୟ ଆତ୍ମୀୟତା ଦେଖାଇଥିଲା । ଧୀରେ ଧୀରେ ମଣିଷ ଭଳି କଥା କହିବା ଆରମ୍ଭ କରିଥିଲା । ବର୍ତ୍ତମାନ ମମି, ବାପା ଏବଂ କାକା ବୋଲି ଡାକୁଛି କାଉ । ତେବେ କାଉ କିପରି କଥା କହୁଛି ସେନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ୟୁଜର୍ସ ଅନେକ ପ୍ରତିକ୍ରିୟା ଦେଇଛନ୍ତି । ପକ୍ଷୀଙ୍କୁ କଥା କହିବା ପାଇଁ ତାଲିମ ଦିଆଯାଇପାରେ କିନ୍ତୁ କାଉ ଏଭଳି କଥା କହିବା ଏକ ପ୍ରକାର ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ୟୁଜର୍ସ । କାଉର ବାପା ଡାକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।