ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ଶ୍ରୀଜିଉଙ୍କର ହେଲା ବଡ଼ ମହାସ୍ନାନ
ଭିତରକାଠରେ ପଡ଼ିଲା ରକ୍ତଛିଟା । 2 ଘଣ୍ଟା ବନ୍ଦ ରହିଲା ସାଧାରଣ ଦର୍ଶନ ।
ଭୁବନେଶ୍ବର: ଶ୍ରୀମନ୍ଦିରରେ ବଡ଼ ଅଘଟଣ । ଶ୍ରୀଜିଉଙ୍କର ହେଲା ବଡ଼ ମହାସ୍ନାନ । ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି ।
ସୂଚନା ଅନୁସାରେ, ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି ଭିତରକାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି ।
ଆଜି ସକାଳେ ଏହି ବଡ଼ ଅଘଟଣ ଘଟିଥିବା ବେଳେ ଠାକୁରଙ୍କର ଏହି ବଡ଼ ମହାସ୍ନାନ ନୀତି ପାଇଁ କାଳିଆଙ୍କର ଦର୍ଶନ ବନ୍ଦ ରହିଛି । ଅବକାଶ ନୀତି ଶେଷ ହେବ ପରେ ଭିତର କାଠ ଦର୍ଶନ ଚାଲିଥିଲା ।
ତେବେ ଆଜି ପାଗରେ ପରିବର୍ତ୍ତନ ହେବା କାରଣରୁ ଭକ୍ତମାନେ ଏତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥିଲା । ସକାଳ ୭ଟା ୫୦ରେ ଅବକାଶ ନୀତି ପରଠାରୁ ଅନ୍ୟାନ୍ୟ ନୀତି ଓ ଦର୍ଶନ ବନ୍ଦ ରହିଥିଲା। ତେବେ ପରେ ପୁଣି ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହୋଇଛି ।
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ଏହାପରେ ଠାକୁରଙ୍କର ମହାସ୍ନାନ କରାଯାଇଥାଏ ।