fbpx

ବ୍ରିଟେନ ମୁଦ୍ରାରେ ସ୍ଥାନିତ ହେଲା ମହାତ୍ମା ଗାନ୍ଧୀଙ୍କ ଫଟୋ ଏବଂ ପଦ୍ମ ଫୁଲ, ଦୀପାବଳୀରେ ହେଲା ଉନ୍ମୋଚନ

ନୂଆଦିଲ୍ଲୀ: ଜାତିର ପିତା ତଥା ଭାରତର ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ଆଦର୍ଶକୁ ପ୍ରଥମ ଥର ବ୍ରିଟିଶ କଏନ ଦ୍ୱାରା ସ୍ମରଣ କରାଯାଇଛି । ବ୍ରିଟେନର ଟ୍ରେଜେରୀ ପ୍ରମୁଖ ୠଷି ସନକ ଗୁରୁବାର ଏହାର ଘୋଷଣା କରିଛନ୍ତି । ଗୋଲ କଏନରେ ଭାରତର ରାଷ୍ଟ୍ରୀୟ ଫୁଲ ପଦ୍ମ ଏବଂ ମହାତ୍ମା ଗାନ୍ଧୀଙ୍କ ଚିତ୍ର ଅଙ୍କାଯାଇଛି । ଏଥିରେ ଏକ ବାର୍ତ୍ତା ମଧ୍ୟ ରହିଛି ‘ମୋ ଜୀବନ ମୋର ବାର୍ତ୍ତା’ ।

ସୂଚନାଯୋଗ୍ୟ ଦୀପାବଳି ଅବସରରେ ଏହାର ଘୋଷଣା କରାଯାଇଛି । ପ୍ରଥମ ଥର ପାଇଁ ଭାରତୀୟ ସ୍ୱାଧୀନତା ନେତା ତଥା ଅହିଂସାକୁ ଆପଣାଇବାର ବାର୍ତ୍ତା ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ବ୍ରିଟେନ ଅଧିକାରୀ କଏନ ରେ ଛପାଯାଇଛି । ଏହାକୁ ନେଇ ସନକ କହିଛନ୍ତି ଦୀପାବଳୀ ଅବସରରେ ଏହି ମୁଦ୍ରାକୁ ଉନ୍ମୋଚନ କରି ଗର୍ବ ଅନୁଭବ ହେଉଛି । ମହାତ୍ମା ଗାନ୍ଧୀ ସ୍ୱାଧୀନତା ଆନ୍ଦୋଳନରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏବଂ ପ୍ରଥମ ଥର ତାଙ୍କର ଉଲ୍ଲେଖନୀୟ ଜୀବନର ମନେ ପକାଇ ବ୍ରିଟେନର ମୁଦ୍ରା ରଖିବା ପ୍ରଶଂସନୀୟ ।

୫ ପାଉଣ୍ଡର ଏହି ମୁଦ୍ରା ଚାନ୍ଦୀରେ ନିର୍ମିତ ହୋଇଛି । ତେବେ ଏହା ସାମାନ୍ୟ ପ୍ରଚଳନ ପାଇଁ ତିଆରି କରାଯାଇନାହିଁ । ଏହା ଦୀପାବଳି ଅବସରରେ ଗୁରୁବାରଠାରୁ ବିକ୍ରି ହେବ ।

Get real time updates directly on you device, subscribe now.