fbpx

ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ନଜର ଆସିଲେ କ୍ୟାପଟେନ କୁଲ୍‌, ଲଗାଇଲେ ଜୋରଦାର ସଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଯାହା ବି କଲେ ଶୀଘ୍ର ଚର୍ଚ୍ଚାକୁ ଆସିଯାଆନ୍ତି । ତାଙ୍କ ଫ୍ୟାନ୍ସମାନେ ଲଗାତର ଏହି କଥା ଉପରେ ନଜର ରଖିଥାନ୍ତି କି ଧୋନୀ କେଉଁଠାରେ ଅଛନ୍ତି ଓ କ’ଣ କରୁଛନ୍ତି ।
କ୍ୟାପଟେନ କୁଲ୍ ଆଇପିଏଲ୍ ୨୦୨୩ ରେ ବିଜୟ ପରେ ମୁମ୍ବାଇରେ ଏକ ସର୍ଜରୀ କରାଇଥିଲେ । ଏହାପରେ ସେ ରାଞ୍ଚିରେ ବିଶ୍ରାମ କରୁଥିଲେ । ଏହାରି ମଧ୍ୟରେ ସେ କେତେବେଳେ ୟୁଏସ୍ ଓପନ ମ୍ୟାଚ୍ ଦେଖିବାକୁ ପହଞ୍ଚି ଯାଇଛନ୍ତି ଯାହାର ଖବର କାହା ପାଖରେ ନ ଥିଲା । ଏବେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ସେ ସ୍ପାନିଶ ଖେଳାଳୀ କାର୍ଲୋସ ଅଲକାରେଜ୍‌ଙ୍କ ମ୍ୟାଚ୍ ଦେଖୁଥିବାର ନଜର ଆସିଛନ୍ତି ।

ଏହା ବ୍ୟତିତ ଧୋନୀଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ନଜର ଆସିଛନ୍ତି । ଧୋନୀଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ସହ ବହୁ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଏଠାରେ ସୂଚାଇ ଦିଆଯାଇପାରେ ଧୋନୀ ଟିମ୍ ଇଣ୍ଡିଆ ଲାଗି ୯୦ ଟେଷ୍ଟ ମ୍ୟାଚରେ ୪୮୭୬, ଓଡିଆଇରେ ୧୦୭୭୩ ଓ ୯୮ ଟି-୨୦ରେ ୧୬୧୭ ରନ୍ କରିଛନ୍ତି । ସେହିପରି ୨୫୦ ଆଇପିଏଲ୍ ମ୍ୟାଚରେ ୫୦୮୨ ରନ୍ କରିଛନ୍ତି ।

Get real time updates directly on you device, subscribe now.