ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ନୂଆ ଏକ ଅପର ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧକ୍ଷ ଆନନ୍ଦ ମହିନ୍ଦ୍ରା । ୪ ବର୍ଷ ପରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ମହିନ୍ଦ୍ରା ଗ୍ରୁପ ତରଫରୁ ଘୋଷଣା କରାଯାଇଛି । ଏ ନେଇ ନିଜେ ଆନନ୍ଦ ମହିନ୍ଦ୍ରା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଅଗ୍ନିବୀରମାନଙ୍କ ଭବିଷ୍ୟତକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ଏହି ଘୋଷଣା ଏକ ବଡ ଉତ୍ତର ପାଲଟିପାରେ ।
Large potential for employment of Agniveers in the Corporate Sector. With leadership, teamwork & physical training, agniveers provide market-ready professional solutions to industry, covering the full spectrum from operations to administration & supply chain management https://t.co/iE5DtMAQvY
— anand mahindra (@anandmahindra) June 20, 2022
୪ ବର୍ଷ ଅଗ୍ନିବୀର ଯୋଜନାରେ ସାମିଲ ହେବା ପରେ ସେମାନଙ୍କ ଭବିଷ୍ୟତ କ’ଣ ହେବ ବୋଲି ପ୍ରଶ୍ନ କରି ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ଯେଉଁଥିରେ ଆନନ୍ଦ ମହିନ୍ଦ୍ରା ଏକ ବଡ ଆଶ୍ୱସ୍ତିକର ଘୋଷଣା କରିଛନ୍ତି । ଶୃଙ୍ଖଳିତ ଏବଂ କୁଶଳୀ ଅଗ୍ନିବୀରମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଘୋଷଣା କରିଛନ୍ତି ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ଏହାପରେ ଅଗ୍ନିବୀର ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ମଧ୍ୟରେ ଏକ ଆଶା ସଞ୍ଚାର ହୋଇଥିବ । ତେବେ ମହିନ୍ଦ୍ରା ଗ୍ରୁପର ଏହି ଘୋଷଣା ପରେ ଦେଶରେ ଚାଲିଥିବା ବିରୋଧ କମ ହେବ ବୋଲି ଆଶା କରାଯାଉଛି ।