fbpx

ମାହାଙ୍ଗା ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ମୃତ

ମାହାଙ୍ଗା,୬ ।୨(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଟାଙ୍ଗୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତର ମୃତଦେହ ଉଦ୍ଧାର ହୋଇଛି । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳର ମୃତଦେହ ଉଦ୍ଧାର କରିଛି ପୋଲିସ । ନିର୍ମାଣଧୀନ ଟୋଲ ଗେଟ୍ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ଟ୍ରକ ଚାପାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଏହା ଦୁର୍ଘଟଣା କି ହତ୍ୟା, ତାହାର ତଦନ୍ତ କରୁଛି ଟାଙ୍ଗୀ ପୋଲିସ ।

Get real time updates directly on you device, subscribe now.