fbpx

କାଶଗଞ୍ଜରେ ବଡ଼ ଅଘଟଣ, ଗଙ୍ଗା ସ୍ନାନ ପାଇଁ ଯାଉଥିବା ୧୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Advertisement

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାଶଗଞ୍ଜ ଜିଲ୍ଲାରୁ ଏକ ଅଭାବନୀୟ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି ମାଘ ପୂର୍ଣ୍ଣିମା ଅବସରରେ ଜେଠରାରେ ଗଙ୍ଗା ସ୍ନାନ ପାଇଁ ଭକ୍ତଙ୍କୁ ନେଇ ଆସୁଥିବା ଏକ ଟ୍ରାକ୍ଟର ଟ୍ରଲି ପୋଖାରୀରେ ଖସିଯାଇଥିଲା । ଏଥିରେ ମୋଟ୍ ୩୫ ଜଣ ଶ୍ରଦ୍ଧାଳୁ ଥିବାବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ମଧ୍ୟ ସାମିଲ ଥିବାର ଜଣାପଡ଼ିଛି । ଦୁର୍ଘଟଣା ସ୍ଥଳରେ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାରୁ ପ୍ରକାଶ ଶନିବାର ସକାଳେ ୩୫ ଜଣ ଶ୍ରଦ୍ଧାଳୁ ଏକ ଟ୍ରାକ୍ଟର ଟ୍ରଲି ଯୋଗେ ଗଙ୍ଗା ସ୍ନାନ ପାଇଁ ଯାଉଥିଲେ । ତେବେ ଦୁର୍ଭାଗ୍ୟବଶତଃ ପଟିୟାଲି – ଦରିଆବଗଞ୍ଜ ରାସ୍ତାରେ ଭାରସାମ୍ୟ ହରାଇ ଉକ୍ତ ଟ୍ରାକ୍ଟର ଟ୍ରଲିଟି ପୋଖରୀରେ ପଡ଼ିଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଏବଂ ୭ ଜଣ ଶିଶୁ ସାମିଲ ଥିବା ଜଣାପଡ଼ିଛି । ପଟିଆଲା ସିଏଚ୍‌ସି ସେମାନଙ୍କୁ ମୃତ ଘୋଷଣା କରିଛି । ତେବେ ଆହତ ଶ୍ରଦ୍ଧାଳୁଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସ୍ଥିତି ଗମ୍ଭୀର ଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଅପରପକ୍ଷରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କରି ସେମାନଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ ।

Get real time updates directly on you device, subscribe now.