fbpx

କୁରକୁରେ-ନୁଡଲ୍ସ ଫ୍ୟାକ୍ଟ୍ରିରେ ଭୀଷଣ ଦୁର୍ଘଟଣା, ୧୦ରୁ ଅଧିକ ମୃତ; ଅନେକ ଗୁରୁତର

Advertisement

ମୁଜଫରପୁର: ବିହାରର ମୁଜଫରପୁର ଠାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ରବିବାର ଦିନ ବେଲା ଉଦ୍ୟୋଗ ଅଞ୍ଚଳରେ ଥିବା ମୋଦୀ କୁରକୁରେ ଓ ନୁଡଲ୍ସ ଫ୍ୟାକ୍ଟ୍ରିରେ ବଏଲର୍ ଫାଟିଯାଇଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହିତ ଅନେକ ସଂଖ୍ୟାରେ ଲୋକ ଆହତ ହୋଇଯାଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ଘଟଣାସ୍ଥଳରେ ଏସପି -ଡିଏମ୍ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି ।

 

ସୂଚନା ଯେ, ବଏଲର୍ ଫାଟିବାର ଶବ୍ଦ ଏତେ ଜୋରରେ ଥିଲା ଯେ ତାହା ୫ କିଲୋମିଟର୍ ପର୍ଯ୍ୟନ୍ତ ଶୁଣାଯାଇଥିଲା । ତେବେ ନୁଡଲ୍ସ ଫ୍ୟାକ୍ଟ୍ରିରେ ବଏଲର୍ ଫାଟିବା ଫଳରେ ଆଖପାଖରେ ଥିବା ଚୁଡା ଓ ଅଟା ଫ୍ୟାକ୍ଟ୍ରି କ୍ଷତିଗ୍ରସ୍ତ ହୋଇଯାଇଛି । ଘଟଣାସ୍ଥଳରେ ୫ଟି ଫାୟାର୍ ବ୍ରିଗେଡ୍ ଗାଡ଼ି ପହଞ୍ଚିଥିଲା । ତେବେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିଚୟ ମିଳିପାରିନାହିଁ ।

ଦୁର୍ଘଟଣା ସମୟରେ କେତେ ଜଣ କର୍ମଚାରୀ ଫ୍ୟାକ୍ଟ୍ରିରେ କାମ କରୁଥିଲେ ତାହା ଜଣାପଡ଼ିନାହିଁ । ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାହାର ଲୋକଙ୍କୁ ଫ୍ୟାକ୍ଟ୍ରି ଭିତରକୁ ଯିବାକୁ ଦିଆଯାଉନାହିଁ ।

Get real time updates directly on you device, subscribe now.