fbpx
BJD
BJD SKY
BJD SKY

ଜାପାନ ଅର୍ଥନୀତିରେ ବଡ଼ ପରିବର୍ତ୍ତନ; ୧୭ବର୍ଷ ଭିତରେ ପ୍ରଥମ ଥର ବଢ଼ାଇଲା ସୁଧ ହାର

ନୂଆଦିଲ୍ଲୀ : ଜାପାନର କେନ୍ଦ୍ରୀୟ ବ୍ୟାଙ୍କ ୧୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଋଣ ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କ ଅଫ୍ ଜାପାନ ଏହାର ପ୍ରମୁଖ ସୁଧ ହାରକୁ -୦.୧%ରୁ ୦%-୦.୧%କୁ ବୃଦ୍ଧି କରିଛି । ଖାଉଟି ଦର ବୃଦ୍ଧି ପରେ ଦରମା ବୃଦ୍ଧି ପାଇଥିବାରୁ ଏପରି ଘଟିଛି । ୨୦୧୬ରେ ଦେଶର ସ୍ଥିର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ମୁଖ୍ୟ ସୁଧ ହାରକୁ ଶୂନତଳକୁ ହ୍ରାସ କରିଥିଲା । ବ୍ୟାଙ୍କର ଏହି ନିଷ୍ପତ୍ତି ପୂର୍ବରୁ ଜାପାନ ଏକମାତ୍ର ଦେଶ ଥିଲା ଯେଉଁଠାରେ ସୁଧ ହାର ଶୂନତଳେ ଥିଲା ।

କିନ୍ତୁ ଜାପାନ ଅର୍ଥନୀତି ଦୃଢ଼ କରିବାର ସଙ୍କେତ ଦେଖାଇବା ଆରମ୍ଭ କରିଛି । ବର୍ଷ ବର୍ଷ ଧରି ନିମ୍ନ ସ୍ତରରେ ରହିବା ପରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପାଇଛି, ମଜୁରୀରେ ସ୍ୱାଭାବିକ ଠାରୁ ଅଧିକ ବୃଦ୍ଧି ଘଟିଛି । ମୁଦ୍ରାସ୍ଫୀତି ବୃଦ୍ଧି ପ୍ରତିକ୍ରିୟାରେ ଅନ୍ୟ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଦ୍ରୁତ ଗତିରେ ସୁଧ ହାର ବୃଦ୍ଧି କରିବା ପରେ ଅର୍ଥନୀତି ଅଧିକ ସୁଦୃଢ଼ ହେବ ବୋଲି ଉଭୟ ସଙ୍କେତ ଦେଉଛନ୍ତି । ଯାହା ଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ନୀତିକୁ କଡ଼ାକଡ଼ି କରିବାକୁ ଅନୁମତି ଦେଇଛି ।

ମଙ୍ଗଳବାରର ଏହି ପଦକ୍ଷେପ ପରେ ମଧ୍ୟ ଜାପାନରେ ସୁଧ ହାର ବିଶ୍ୱର ଅନ୍ୟ ପ୍ରମୁଖ ବିକଶିତ ଅର୍ଥନୀତି ତୁଳନାରେ ବହୁତ କମ୍ ରହିଛି । ବ୍ୟାଙ୍କ ଅଫ୍ ଜାପାନର ଟାର୍ଗେଟ ପଲିସି ରେଟ୍ କୁ ମାଇନସ୍ ୦.୧ ପ୍ରତିଶତରୁ ୦.୧ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.