fbpx
BSKY SKY
BSKY SKY

ଶରୀରକୁ ଛୁଇଁବନି ରୋଗ, ଯଦି ପ୍ରତିଦିନ ଖାଇବେ ଦହି: ବହୁ ପେଟ ସମସ୍ୟାରୁ ମିଳିବ ମୁକ୍ତି

BSKY

ଭାରତୀୟଙ୍କ ଖାଦ୍ୟ ଥାଳିରେ ସର୍ବଦା ସାମିଲ ରହିଥାଏ ଦହି । କେହି କେହି ଦହିକୁ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାନ୍ତି । ଦହିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍‌ ଲାଭପ୍ରଦ ହୋଇଥାଏ। ଏଥିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି-୬ ଓ ବି-୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଫଳପ୍ରଦ। ପ୍ରତିଦିନ ଦହି ଖାଇଲେ ଶରୀରକୁ କୌଣସି ରୋଗ ଛୁଇଁ ନଥାଏ ।

ଚାଲନ୍ତୁ ଜାଣିବା ଦହି ଖାଇବା ଦ୍ୱାରା ଶରୀରକୁ କଣ ମିଳେ ଫାଇଦା:

ଆପଣଙ୍କ ଶରରୀରରେ ଗ୍ୟାସ୍‌ କିମ୍ବା ଏସିଡିଟି ପ୍ରୋବ୍ଲେମ୍‌ ଥିଲେ ଖାଇବା ପରେ ଏକ ଗିନା ଦହି ଖାଆନ୍ତୁ । ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ଫଳରେ ବହୁ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ।
ଖାଇବା ପରେ ଦହି ଖାଇଲେ ପାଚନ ତନ୍ତ୍ର ଠିକ୍‌ ଭାବେ କାମ କରିଥାଏ।
ଦହି ତ୍ୱଚା ଆଉ କେଶ ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ।
ଦହିକୁ କେଶରେ ଲଗାଇବା ଦ୍ୱାରା ରୂପି ସମସ୍ୟା ବହୁ ମାତ୍ରାରେ କମିଯାଇଥାଏ।
ଦହିରେ ବେସନ ମିଶାଇ ଲଗାଇଲେ ଏହାଦ୍ୱାରା ତ୍ୱଚା କୋମଳ ହୋଇଥାଏ ଓ ଉଜ୍ଜ୍ୱଳ ଦେଖାଯାଇଥାଏ।
ବୟସାଧୀକ ପ୍ରଭାବରେ ଚେହେରାରେ ପଡୁଥିବା ଭାଙ୍ଗ ମଧ୍ୟ ଦହି ବ୍ୟବହାର ପରେ ବହୁତ କମ୍‌ ହୋଇଯାଇଥାଏ।
ପ୍ରତିଦିନ ଦହି ଖାଇଲେ ଆପଣଙ୍କ ଦାନ୍ତ ଓ ନଖ ମଧ୍ୟ ଶକ୍ତ ହୋଇଥାଏ ।
ଦହିରେ କ୍ୟାଲସିୟମ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରର ହାଡ ମଜବୁତ ହୋଇଥାଏ।

Get real time updates directly on you device, subscribe now.