fbpx

ଆଫଗାନିସ୍ତାନରେ ମହିଳାଙ୍କୁ ଅସଦାଚରଣ ଯୋଗୁଁ ଟି-୨୦ ସିରିଜ ବାତିଲ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ମହିଳା ଓ ବାଳିକାଙ୍କ ପ୍ରତି ଖରାପ ବ୍ୟବହାର ହେଉଥିବା ଦର୍ଶାଇ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ସହ ପ୍ରସ୍ତାବିତ ଟି-୨୦ ସିରିଜକୁ ବାତିଲ କରିବାକୁ ଘୋଷଣା କରିଛି । ଏହି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଅଗଷ୍ଟରେ ଅଷ୍ଟ୍ରେଲିଆରେ ଖେଳାଯିବାର ଥିଲା ।

କ୍ରିକେଟ୍ ଅଷ୍ଟ୍ରେଲିଆ ସୋସିଆଲ ମିଡିଆ ସାଇଟ୍ ଏକ୍ସର ହ୍ୟାଣ୍ଡେଲରୁ ଏକ ଟୁଇଟ୍ କରି ଏହି ସୂଚନା ଦେଇଛି । ଅଷ୍ଟ୍ରେଲିଆ ସରକାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ତେବେ ଭବିଷ୍ୟତରେ ସେ ଆଫଗାନିସ୍ତାନ ସହ ମିଶି କାମ କରିବେ ବୋଲି ଏହି ଟୁଇଟ୍ ରେ ଆଶା ବ୍ୟକ୍ତ କରିଛନ୍ତି । ସାରା ବିଶ୍ୱରେ କ୍ରିକେଟରେ ମହିଳା ଓ ବାଳିକାଙ୍କ ଅଂଶଗ୍ରହଣ ଜାରି ରଖିବା ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ପ୍ରତିଶ୍ରୁତିବଦ୍ଧତା ଜାରି ରଖିବ ।

ଏବଂ ଭବିଷ୍ୟତରେ ଦ୍ୱିପାକ୍ଷିକ ମ୍ୟାଚ୍ ପୁନଃ ଆରମ୍ଭ କରିବା ପାଇଁ ଆଇସିସି ଏବଂ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସହ ମିଳିତ ଭାବେ କାର୍ଯ୍ୟ କରିବେ ।

Get real time updates directly on you device, subscribe now.