fbpx
BSKY SKY
BSKY SKY

ଏପ୍ରିଲ ୮ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ : ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ?

BSKY

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଖୁବଶୀଘ୍ର ଲାଗିବାକୁ ଯାଉଛି । ୮ ଏପ୍ରିଲ ସୋମବାର ଦିନ ଏହି ସୂର୍ଯ୍ୟପରାଗ ଲାଗିବ । ସୂର୍ଯ୍ୟପରାଗ ଦିନ ଚୈତ୍ର ଅମାବାସ୍ୟା ପଡ଼ୁଛି । ରିପୋର୍ଟ ଅନୁଯାୟୀ ଏପ୍ରିଲ ୮ରେ ୭ଟା୦୫ ମିନିଟ୍‌ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଯିବେ ନାହିଁ। କୁହାଯାଉଛି ଏଭଳି ପରାଗ ୫୦ ବର୍ଷ ପରେ ହେବାକୁ ଯାଉଛି। ଜାଣନ୍ତୁ..

ଏକ ରିପୋର୍ଟ ଅନୁଯାୟୀ, ୫୦ ବର୍ଷ ପରେ ଏହି ସୂର୍ଯ୍ୟ ପରାଗ ହେବାକୁ ଥିବା ବେଳେ ଏହି ସମୟରେ ଚନ୍ଦ୍ରମା, ସୂର୍ଯ୍ୟଙ୍କୁ ଆଚ୍ଛାଦିତ କରିବା ସହ ଫଳରେ ଦିନରେ ଅନ୍ଧାର ଭଳି ଅନୁଭବ ହେବ।ପରାଗ ଦିନ ପୃଥିବୀ ଓ ଚନ୍ଦ୍ରମାଙ୍କର ସୂର୍ଯ୍ୟ ଠାରୁ ଦୂରତା ପ୍ରାୟ ୧୫ କୋଟି କିଲୋମିଟର ହେବ। ଯେଉଁ କାରଣରୁ ୭.୫ ମିନିଟ୍‌ ପର୍ଯ୍ୟନ୍ତ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଏହା ଏକ ଦୁର୍ଲ୍ଲଭ ଘଟଣା। ଯାହା ଅନେକ ବର୍ଷ ପରେ ଦେଖିବାକୁ ମିଳିବ। ସୂଚନାନୁଯାୟୀ, ଏହା ପୂର୍ବରୁ ଏତେ ବଡ ସୂର୍ଯ୍ୟ ପରାଗ ୧୯୭୩ରେ ଆଫ୍ରିକା ମହାଦ୍ୱୀପରେ ଦେଖିବାକୁ ମିଳିଥିଲା।

ମିଳିଥିବା ତଥ୍ୟ ଅନୁଯାୟୀ, ପୂର୍ଣ୍ଣ ସୂର୍ଯ୍ୟପରାଗ ଦକ୍ଷିଣ ପ୍ରଶାନ୍ତ ମହାସାଗର, ଉତ୍ତର ଆମେରିକା, ମେକି୍ସକୋ ଓ କାନାଡାରେ ଦେଖାଦେବ। ଏହାସହ କ୍ୟୁବା, ଡେମିନିକା, ପୋଲିନେଶିୟା, କୋଷ୍ଟା ରିକା ଆଦି ଦେଶରେ ଆଂଶିକ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ମାତ୍ର ଭାରତରେ ଏହି ସୂର୍ଯ୍ୟପରାଗ ଦେଖାଯିବ ନାହିଁ। କାରଣ ସେହି ସମୟରେ ଭାରତରେ ରାତି ହୋଇଥିବ।

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତୀୟ ସମୟାନୁସାରେ ଏପ୍ରିଲ ୮ ରାତି ୯ଟା୧୨ ମିନିଟ୍‌ରୁ ବିଳମ୍ବିତ ରାତି ୨ଟା ୨୨ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏହି ପରାଗ ଚୈତ୍ର ମାସର ଅମାବାସ୍ୟାରେ ହେବାକୁ ଯାଉଛି।

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ମେଷ, ମିଥୁନ, ସିଂହ, କନ୍ୟା ଓ ଧନୁ ରାଶି ପାଇଁ ବେଶ ଲାଭଦାୟକ। ଏହି ରାଶିର ଲୋକଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଅତ୍ୟନ୍ତ ଉତ୍ତମ ରହିବ। ମନପସନ୍ଦର ଚାକିରି ମିଳିବ। ନୂତନ ଘର ଓ ଓ ଯାନ କିଣିବାର ସମ୍ଭାବନା ରହିଛି। ଶତ୍ରୁ ପରାସ୍ତ ହେବେ।

Get real time updates directly on you device, subscribe now.