fbpx
BSKY SKY
BSKY SKY

CAAକୁ ବିରୋଧ କରି ଦାୟର ହୋଇଥିବା ୨୦୦ରୁ ଅଧିକ ଯାଚିକା ଉପରେ ନିଷ୍ପତ୍ତି ଶୁଣାଇଲେ ସୁପ୍ରିମକୋର୍ଟ

BSKY

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ୨୦୧୯କୁ ବିରୋଧ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ୨୦୦ରୁ ଅଧିକ ଯାଚିକା ଉପରେ ଆଜି ଶୁଣାଣି ହୋଇଛି । ଶୁଣାଣି ଅବସରରେ ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ୪ ସପ୍ତାହ ସମୟ ମାଗିଥିଲେ । ମାତ୍ର ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ବିଚାରପତି ସି.ଜେ ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଥିଲେ । କାହାକୁ ନାଗରିକତା ନ ଦେବାକୁ ଶୁଣାଣି ସମୟରେ ଆଇନଜୀବୀ କପିଲ ସିବଲ ଗୁହାରି କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୯ରେ ହେବା ନେଇ କୋର୍ଟ ସ୍ଥିର କରିଛନ୍ତି । ଯଦି ଏହି ଅବଧି ମଧ୍ୟରେ କାହାକୁ ନାଗରିକତା ଦିଆଯାଏ ତେବେ ସେମାନେ ପୁଣି ଥରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସିବଲ କହିଥିଲେ ।

ସିଏଏକୁ ନେଇ କେନ୍ଦ୍ର ସରକାର ଗତ ୨୦୧୯ ମସିହା ଡିସେମ୍ବର ମାସ ୧୧ ତାରିଖରେ ସଂସଦରେ ବିଲ୍ ପାରିତ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ନେଇ ବିରୋଧାଭାସ ଦେଖିବାକୁ ମିଳିଥିଲା । ସିଏଏ ଜରିଆରେ ୧୯୫୫ର ନାଗରିକତା ଅଧିନିୟମକୁ ସଂଶୋଧନ କରାଯାଇଥିବା ବେଳେ ଏହି ଆଇନ ଦ୍ୱାରା ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ପାର୍ସୀ, ବୌଦ୍ଧ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟଙ୍କୁ ଭାରତୀୟ ନାଗରିକା ମିଳିବା ନେଇ ନିୟମ ରହିଛି । ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ବା ତା’ ପୂର୍ବରୁ ଯେଉଁମାନେ ଭାରତରେ ପ୍ରବେଶ କରିଥିବେ ସେମାନଙ୍କୁ ଭାରତୀୟ ନାଗରିକତା ମିଳିବ ।

Get real time updates directly on you device, subscribe now.