fbpx

(Video) ଚଳନ୍ତା ଟ୍ରେନ୍ ଆଗରେ ରିଲ୍ସ୍ କଲା ବେଳେ ମାଡ଼ିଆସିଲା ଟ୍ରେନ୍; ଚାଲିଗଲା ଯାତ୍ରା ଡ୍ୟାନ୍ସରଙ୍କ ଜୀବନ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ଚଳନ୍ତା ଟ୍ରେନ୍ ଆଗରେ ନାଚୁଥିଲେ ଯାତ୍ରାପାର୍ଟିର ଡ୍ୟାନ୍ସର। ସେହି ସମୟରେ ଦୁତଗତିରେ ମାଡିଆସିଲା ଯାତ୍ରବାହୀ ଟ୍ରେନ୍‌। ଖଣ୍ଡବିଖଣ୍ଡିତ ହୋଇଗଲେ ଯାତ୍ରାପାର୍ଟି ଡ୍ୟାନ୍ସର। ନାଟକ ପାଇଁ ସାଙ୍ଗସାଥିଙ୍କ ସହ ଘରୁ ବାହାରିପଡିଥିଲେ ସତ କିନ୍ତୁ ଆଉ ଘରକୁ ଫେରିଲେନି। ବେଶ ହସଖୁସିରେ ପ୍ରେମ କରୁଥିଲି ତତେ ଲୋ ଏହି ଗୀତରେ ରିଲ୍ସ କରୁଥିଲେ । କିନ୍ତୁ ଦୁଃଖର ବିଷୟରେ ଚଳନ୍ତା ଯାତ୍ରୀବାହୀ ଟ୍ରେନଟି ଯାତ୍ରା ଡ୍ୟାନ୍ସରଙ୍କ ଧକ୍କା ଦେବାରୁ ଅକାଳରେ ଚାଲିଗଲା ଜୀବନ । ଆଉ ଟ୍ରେନ୍‌ ଲାଇନର ବିଭିନ୍ନ ସ୍ଥାନରେ ଯୁବକର ରକ୍ତ ଭିଜା ମାଂସ ପୁଳା ପୁଳା ହୋଇ ପଡିରହିଛି, ଯାହାକୁ ଦୃଶ୍ୟ ସ୍ଥାନୀୟ ଲୋକେ ଦେଖି ଲୋମମୂଳଟାଙ୍କୁରୀ ଉଠୁଛି।

ଆଜି ଏହି ରିଲ୍ସ ତାଙ୍କର ଶେଷ ରିଲ୍ସ ହୋଇଗଲା। ଚଳନ୍ତା ଟ୍ରେନ୍ ସମ୍ମୁଖରେ ରିଲ୍ସ କରି ଅକାଳରେ ଚାଲିଗଲା ଯାତ୍ରା ଡ୍ୟାନ୍ସରଙ୍କ ଜୀବନ। ଏଭଳି ଲୋମଠାଙ୍କୁରି ଦେବା ଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଷ୍ଟେସନ ଠାରୁ ୨ ଶହ ଶହ ମିଟର ଦୂରରେ। ସୂଚନା ଅନୁସାରେ ନିକଟସ୍ଥ ଗାଁର ଯୁବକମାନଙ୍କର ଦ୍ୱାରା ଆୟୋଜିତ ନାଟକରେ ଭାଗ ନେବାକୁ ଭଦ୍ରକ ବାରିସିଆ ଗାଁର ଅକ୍ଷୟ ପାତ୍ର ବାହାରିପଡିଥିଲେ। କିନ୍ତୁ ସେ କଣ ଜାଣିଥିଲେ ତାଙ୍କ ସହ ଏଭଳି ଅଘଟଣ ଘଟିବ ବୋଲି। ୩୦ ବର୍ଷ ବୟସରେ ଯାତ୍ରା ଡ୍ୟାନ୍ସର ଅକ୍ଷୟଙ୍କ ଅକାଳରେ ଚାଲିଗଲା ଜୀବନ।

ଗତକାଲି ଅକ୍ଷୟଙ୍କ ସହିତ ୪ରୁ ୫ ଯୁବକ ମିଶି ଏକ ରିଲ୍ସ ସୁଟିଂ ପାଇଁ ସବିରା ଷ୍ଟେସନକୁ ଆସିଥିଲେ। ସବିରା ଷ୍ଟେସନରୁ ୨ଶହ ମିଟର ଦୂରରେ ବାଲେଶ୍ୱର ଭଦ୍ରକ ଅପ ଲାଇନରେ ଅକ୍ଷୟ ଏକ ଚଳନ୍ତା ଟ୍ରେନ ସମ୍ମୁଖରେ ରିଲ୍ସ ସୁଟିଂ କରୁଥିଲେ। କିନ୍ତୁ ଯମ ସାଜି ଦୃତଗତୀରେ ଏକ ଯାତ୍ରୀବାହୀ ଟ୍ରେନ୍ ମାଡ଼ିଆସିଲା ଅକ୍ଷୟଙ୍କୁ ଧକ୍କା ଦେବା ସହ ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରିପକାଇଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଗଲା। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି।

Get real time updates directly on you device, subscribe now.