fbpx
BSKY SKY
BSKY SKY

ଏନସିପିର ନିର୍ବାଚନୀ ଚିହ୍ନ ‘ଘଡ଼ି’ କାହାର: ଶରଦ ନା ଅଜିତଙ୍କର, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

BSKY

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଅସଲି ମାଲିକାନାକୁ ନେଇ ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଜାରି ରହିଛି । ତେବେ ଏହା ମଧ୍ୟରେ ଏହି ମାମଲାରେ ଶରଦଙ୍କୁ ଲାଗିଛି ଏକ ବଡ଼ ଝଟକା । ଏନସିପିର ନିର୍ବାଚନୀ ଚିହ୍ନ ‘ଘଡ଼ି’କୁ ନେଇ ଶରଦଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । ଦଳର ନିର୍ବାଚନୀ ଚିହ୍ନକୁ ଅଜିତ ପାୱାରଙ୍କ ପାର୍ଟି ହିଁ ବ୍ୟବହାର କରିବ ବୋଲି ସର୍ବୋଚ୍ଚ ଅଦାଲତ ଶୁଣାଣି କରିଛନ୍ତି । ଅଜିତଙ୍କ ଦଳ ହିଁ ଅସଲି ଏନସିପି ବୋଲି ପୂର୍ବରୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିବା ବେଳେ ତାହାକୁ ବିରୋଧ କରି ଶରଦଙ୍କ ଗୋଷ୍ଠୀ ପକ୍ଷରୁ କୋର୍ଟରେ ଯାଚିକା ଦାୟର କରାଯାଇଥିଲା । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।

ଅଜିତଙ୍କ ଗୋଷ୍ଠୀ ହିଁ ଅସଲି ଏନସିପି ବୋଲି ଏହା ପୂର୍ବରୁ ଗତ ମାସରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିଲେ । ବହୁମତ ଆଧାରରେ ନିର୍ବାଚନ ଆୟୋଗ ଉକ୍ତ ନିଷ୍ପତ୍ତି ନେଇଥିଲେ । ଅଜିତ ପାୱାର ଗୋଷ୍ଠୀ ଏନସିପିର ନାମ ଓ ନିର୍ବାଚନୀ ଚିହ୍ନ ବ୍ୟବହାର କରିପାରିବେ ବୋଲି ଆୟୋଗ କହିଥଲେ । ୧୯୯୯ ମସିହାରେ କଂଗ୍ରେସରୁ ସମ୍ପର୍କ ଭାଙ୍ଗି ଶରଦ ପି. ସଙ୍ଗମା ଓ ତାରିକ ଅନୱରଙ୍କ ମିଶି ଏନସିପି ଗଠନ କରିଥିଲେ । ଗତବର୍ଷ କିଛି ବିଧାୟକଙ୍କ ମିଶି ଅଜିତ ବିଦ୍ରୋହ କରିଥିଲେ ଓ ଏକନାଥ ଶିନ୍ଦେ-ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.