fbpx
BJD SKY
BJD SKY

ଏହି ରାଜ୍ୟରେ ମକାରୁ ତିଆରି ହୁଏ ହ୍ୱିସ୍କି, ଜାଣନ୍ତୁ ବଜାରରେ ଏହାର ମୂଲ୍ୟ କେତେ

BJD

ନୂଆଦିଲ୍ଲୀ: ଭାରତର ନାଗାଲ୍ୟାଣ୍ଡରେ ମକା ଚାଷ ବହୁଳ ପରିମାଣରେ ହୋଇଥାଏ । ଏଠାରେ ମକାର ଫସଲ ଚାଉଳ ପରେ ଦ୍ୱିତୀୟ ସ୍ଥାନରେ ଅଛି । ଏଠାରେ ମକାରୁ ଅନେକ ଜିନିଷ ପ୍ରସ୍ତୁତ ହୋଇଥାଏ । ଯେଉଁଥିରେ ହ୍ୱିସ୍କି ମଧ୍ୟ ତିଆରି ହୋଇଥାଏ । ଏହା ଶୁଣି ଆପଣଙ୍କୁ କିଛି ଅଜବ ଲାଗୁଥିବ । ହେଲା ଏହା ସତ ଅଟେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ମନି କଣ୍ଟ୍ରୋଲର ଏକ ରିପୋର୍ଟ ମୁତାବକ ବିକ୍କିି ଚନ୍ଦ ରେଡିୟଣ୍ଟ ମାନୁଫ୍ୟାକ୍ଚର୍ସ ପରିଚାଳନା କରନ୍ତି । ଯାହା ଉତ୍ତର-ପୂର୍ବର ସବୁଠାରୁ ବଡ ଡିଷ୍ଟିଲରୀଜରୁ ଅନ୍ୟତମ । ସୂଚନା ଅନୁଯାୟୀ, ବିକ୍କି ଚନ୍ଦ ୧୯୭୦ ମସିହାରେ ଦୀମାପୁରରେ ଏକ ଛୋଟ ମଦ ଦୋକାନ ଆରମ୍ଭ କରିଥିଲେ । ଆଜି ତାହା ଏକ ବଡ ବଡ କମ୍ପାନୀରେ ପରିଣତ ହୋଇଛି । ଏଠାରେ ପ୍ରତିଦିନ ମକ୍କାରୁ ୫୦ ହଜାର ଲିଟରରୁ ଅଧିକ ସ୍ପିରିଟ ଉତ୍ପାଦନ କରାଯାଏ । ତାଙ୍କ ପାଖରେ ରାଜ୍ୟରେ ଦୁଇଟି ବଟଲିଂ ପ୍ଲାଣ୍ଟ ଅଛି ।

ବିକ୍କି ଚନ୍ଦ ୨୦୧୯ ମସିହାର ଶେଷରେ କ୍ୟାସଲ ହିଲ ଡାର୍କ ଲାଇଟ ଲଞ୍ଚ କରିଥିଲେ । ଏହା ହ୍ୱିସ୍କି ୧୦୦ ପ୍ରତିଶତ କର୍ନ ବା ମକ୍କାରୁ ତିଆରି ହୋଇଥିଲା । ହେଲେ କୋଭିଡ ଆସିବା କାରଣରୁ ସେ ଏହାକୁ ଅନ୍ୟାନ୍ୟ ରାଜ୍ୟକୁ ଡେଲିଭରୀ କରିବାରେ ସକ୍ଷମ ହୋଇନଥିଲେ । ସୂଚନା ମୁତାବକ ତାଙ୍କ ମକ୍କା ହ୍ୱିସ୍କି ଚଳିତ ବର୍ଷର ମଧ୍ୟପ୍ରଦେଶ ଏବଂ ଗୋଆରେ ଉପଲବ୍ଧ ହେବ । ହେଲେ ଏହି ହ୍ୱିସ୍କି ବର୍ତ୍ତମାନ କେବଳ ଆସମରେ ଉପଲବ୍ଧ ଅଛି ।

ଆମେରିକାରେ ୩୦୦ ରୁ ଅଧିକ ବର୍ଷରେ ମକ୍କାରେ ହ୍ୱିସ୍କି ତିଆରି କରାଯାଏ । ତେବେ ଆମେରିକାରେ ବାଲକନର ବେବି ବ୍ଲୁ ପରି ଶତ ପ୍ରତିଶତ ମକା ହ୍ୱିକ୍ସି ଏବଂ ଉଚ୍ଚ ମକା ହ୍ୱିସ୍କି୧୦୦ ପ୍ରତିଶତ ମକା ହ୍ୱିସ୍କି ପରି ବର୍ବନ ମିଳିଥାଏ । ସୂଚନା ଅନୁଯାୟୀ, କାସଲେ ହିଲ୍ସ ଡାର୍କ ନାଇଟ୍ ହେଉଛି ଉତ୍ତର-ପୂର୍ବର ସର୍ବୋତ୍ତମ ବିକ୍ରି ହୋଇଥିବା ହ୍ୱିସ୍କି। ଦୁଇ ବର୍ଷ ପୁରୁଣା କାସଲେ ହିଲ୍ସ ଡାର୍କ ନାଇଟ୍ ର ମୂଲ୍ୟ ୧୨୦୦ ଟଙ୍କା ଏବଂ ଚାରି ବର୍ଷର ମୂଲ୍ୟ ୧୫୫୦ ଟଙ୍କା।

Get real time updates directly on you device, subscribe now.