fbpx

(Video) ଗୋଛାପଡ଼ା ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତର ଅଜବ ବୟାନ; ‘ତନ୍ତ୍ର କରୁଥିଲା ବୋଲି…’

କନ୍ଧମାଳ: ବହୁଚର୍ଚ୍ଚିତ ଗୋଛାପଡା ଥାନା ଗିଡାପଦର ଡବଲ ମର୍ଡର ଘଟଣା ର ପର୍ଦାଫାଶ କଲା ଗୋଛାପଡା ପୋଲିସ । ମାଓବାଦୀ ନୁହଁ ଗୁଣିଗାରେଡି ସନ୍ଦେହ ରେ ସ୍ୱାମୀ ସ୍ତ୍ରୀ ଙ୍କୁ ହତ୍ୟା କରିଥିଲେ ଗ୍ରାମବାସୀ । ହତ୍ୟା ପାଇଁ ଗ୍ରାମବାସୀ ଚାନ୍ଦା କରି ଦେଇଥିଲେ ସୁପାରୀ । ହତ୍ୟା କାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଜଣେ ମହିଳାଙ୍କ ସହ ଦଶଜଣ ଗିରଫ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଏସପି। ପ୍ରଥମେ ହତ୍ୟା, ହତ୍ୟା ପରେ ଘଟଣାକୁ ନୂଆ ମୋଡ ଦେଇ ଖସିଯିବାକୁ ଚେଷ୍ଟା କରିବା ହେଲେ ଖସିଯିବାକୁ ଚେଷ୍ଟା କରୁ କରୁ ପୋଲିସ ହାତରେ ଧରା ପଡିଗଲେ ହତ୍ୟାକାରୀ । ଧରା ପହିବା ପରେ ପୁରା ସୁନା ପିଲା ଭଳି ସବୁ ସତ ମାନିଛନ୍ତି । କେମିତି ମାରିଲେ କାହିଁକି ମାରିଲେ ପାଖରେ ଟଙ୍କା ନଥିଲା ବୋଲି କେମିିତ ଚାନ୍ଦା ଆଦୟ କରି ମାରିବାକୁ ସୁପାରୀ ଦେଇଥିଲେ ସବୁ ସତ ସତ ମାନିଛନ୍ତି।

ସୂଚନାଯୋଗ୍ୟ, ମୃତ ତାହିରା କହଁର ଓ ତାଙ୍କ ସ୍ତ୍ରୀ ବତାଶୀ କହଁର ପାଖ ବଗଳାଦେବୀ ମନ୍ଦିରରେ ପୂଜା କରୁଥିଲେ ଓ ତାଙ୍କୁ ଗୁମାଲଦାନୀ ଗ୍ରାମର ଲୋକମାନେ ଗୁଣିଗାରେଡ଼ି କରୁଛନ୍ତି ବୋଲି ସନ୍ଦେହ କରୁଥିଲେ। ସେହି ରାଗରେ ଗୁମାଲଦାନୀ ଲୋକ ସେମାନଙ୍କୁ ଗ୍ରାମରୁ ତଡି ଦେଇଥିଲେ । ସେମାନେ ଜାଲିବିହାରୀ ଗାଟାରେ ଘର କରି ରହୁଥିଲେ। ମୃତ ଦମ୍ପତି ଗୁଣିଗାରେଡି କରୁଥିବାରୁ ଗୁମାଲଦାନୀ ଗ୍ରାମର ଲୋକଙ୍କ ଦେହ ଖରାପ ହେଉଛି ବୋଲି ଭାବି କିଛି ଗ୍ରାମବାସୀ ଗତ ଚାରି ତାରିଖରେ ବୈଠକ କରିଥିଲେ। ବୈଠକରେ ଘର ପିଛା ଦଶ ହଜାର ଟଙ୍କା ଆଦାୟ କରିବେ ବୋଲି ରାଜି ହୋଇଥିଲେ ।

ଏଥିରେ ଗ୍ରାମବାସୀ ମୁଖ୍ୟ ଅଭିଯୁକ୍ତ ସୁନୀଲର ସାହାରା ନେଇଥିଲେ। ଯୋଜନା ଅନୁସାରେ ସୁନୀଲ ଗତ ସାତ ତାରିଖ ରାତିରେ ଫୁଲବାଣୀରୁ ଆସିଥିଲା। ବତାସୀଙ୍କ ଘର ପାଖକୁ ଯାଇ ମାଆ ଦେହ ଖରାପ ଅଛି କହି ଡାକି ଆଣିଥିଲା। ହାତୁତିରେ ବତାସୀର ମୁଣ୍ଡ ଓ ମୁହଁକୁ ପିଟିପିଟି ହତ୍ୟା କରିଥିଲା। ସେଠାରୁ ତାହିରା ପାଖକୁ ଯାଇଥିଲା। ତେବେ ସୁନୀଲକୁ ଦେଖି ତାହିରା ଦୌଡ଼ି ପଳାଇବା ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତ ହାତରୁ ବର୍ତ୍ତି ପାରିନଥିଲା। ଅଭିଯୁକ୍ତ ସେହି ହାତୁଡିରେ ତାହିରାଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲା ଓ ସେହି ଜାଗାରେ ହାତୁତିକୁ ଫିଙ୍ଗି ପଳାଇଥିଲା । ମାଓପ୍ରବଣ ଇଲାକା ହୋଇଥିବାରୁ ଏହା ଏହା ମାଓବାଦୀଙ୍କ କାଣ୍ଡ ବୋଲି ପ୍ରଥମେ ଆଲୋଚନା ହୋଇଥିଲା । ତେବେ ପୁଲିସ ଏହା ଗୁଣିଗାରେଡ଼ି ଯୋଗୁଁ ହୋଇଥିବା ପ୍ରଥମରୁ ହିଁ ସ୍ପଷ୍ଟ କରିଥିଲା ।

Get real time updates directly on you device, subscribe now.