fbpx

OPTCL ପକ୍ଷରୁ ବିଜ୍ଞପ୍ତି: ୩୫୦ଟି ପଦ ପୂରଣ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୩୫୦ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରାଜୁଏଟ ଇଞ୍ଜିନିୟରିଂ, ଟେକ୍ନିସିଆନ (ଡିପ୍ଲୋମା), ଗ୍ରାଜୁଏଟ ଆପ୍ରେଣ୍ଟିସ (ନନ ଇଞ୍ଜିନିୟରରିଂ) ଓ ଟ୍ରେଡ ଆପ୍ରେଣ୍ଟିସ ପଦ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ମାର୍ଚ୍ଚ ମାସ ୧୫ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇସାରିଥିବା ବେଳେ ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ ବର୍ଷରୁ କମ୍ ହୋଇନଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ସମସ୍ତ ପଦ ପାଇଁ ମାସିକ ଷ୍ଟାଇପେଣ୍ଡ ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://nats.education.gov.in/

ନୋଟିଫିକେସନ ଲିଙ୍କ: https://www.optcl.co.in/Writereaddata/NewsArea/Advt%20(1).pdf

Get real time updates directly on you device, subscribe now.