fbpx

IPL ଲଢେଇ ପୂର୍ବରୁ ସୋସିଆଲ ମିଡ଼ିଆରେ ନିଆଁ ଲଗାଇଲା କୋହଲିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ଲଣ୍ଡନରେ କିଛି ମାସ ବିତାଇବା ପରେ ବିରାଟ କୋହଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପୂର୍ବରୁ ସୋମବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ରଶିକ୍ଷଣରେ ଯୋଗ ଦେଇଛନ୍ତି। ତେବେ ଚଳିତ ବର୍ଷ ଆରମ୍ଭରେ ବିରାଟ ଲଣ୍ଡନରେ ପୁଅ ଆକାଏଙ୍କୁ ସ୍ୱାଗତ କରିଥିଲେ ଏବଂ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଇନଷ୍ଟାଗ୍ରାମରେ ଏହି ଖବର ଘୋଷଣା କରିଥିଲେ। ଏବଂ ଏହାପରେ ପରେ ପରେ ସେ ଭାରତକୁ ଫେରିଥିଲେ। ତେବେ ବିରାଟ ଯେବେଠୁ ଭାରତକୁ ଫେରିଛନ୍ତି ସେବେଠୁ ତାଙ୍କ ପ୍ରଶଂସକଙ୍କ ମନରେ ଅନେକ ଉତ୍ସାହ ଦେଖାଦେଇଛି। ଆଉ ଏହା ମଧ୍ୟରେ ଆଇପିଏଲ୍ ମ୍ୟାଚ ଆରମ୍ଭ ପୂର୍ବରୁ ବିରାଟଙ୍କ ଏକ ନୂଆ ଲୁକ୍‌ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ବିରାଟଙ୍କ ଏହି ଲୁକ୍‌ ଦେଖି ଆର୍‌ସିବି ପ୍ରଶଂସକମାନେ ‘କିଲର୍‌’ ବୋଲି କହିବା ଆରମ୍ଭ କରିଛନ୍ତି। ତେବେ ନୂଆ ଟୁର୍ଣ୍ଣାମେଣ୍ଟ ନଚେତ ସିରିଜ ଲାଗି ନିଜର ମେକ୍‌ଓଭର ପରମ୍ପରାକୁ କୋହଲି ଜାରି ରଖି ନୂଆ ଲୁକ୍‌ କ୍ରିଏଟ୍‌ କରିଛନ୍ତି।

 

ଆଇପିଏଲ୍‌ ୨୦୨୪ ପୂର୍ବରୁ କୋହଲିଙ୍କୁ ଖ୍ୟାତନାମା ସେଲିବ୍ରିଟି ହେୟାରଷ୍ଟାଇଲିସ୍‌ ଆଲିମ ହକିମ ନୂଆ ଲୁକ୍‌ ଦେଇଛନ୍ତି। ଏହାର ଫଟୋ ହେୟାରଷ୍ଟାଇଲିଷ୍ଟ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ବିରାଟଙ୍କ ହେୟାରଷ୍ଟାଇଲ ଖୁବ ସୁନ୍ଦର ଲାଗୁଥିବା ବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରିଛନ୍ତି। ବିଶେଷକରି କୋହଲି ନିଜର ଆଇବ୍ରୋ କାଟିଥିବାରୁ ତାହା ଚର୍ଚ୍ଚାରେ ରହିଛି। ତେବେ ଆଗାମୀ ଆଇପିଏଲ୍‌ରେ ଏହି ଲୁକ୍‌ର ନକଲ କିଛି ପ୍ରଶଂସକ ନିଶ୍ଚିତ ଭାବେ କରିବେ ବୋଲି କୁହାଯାଉଛି।

Virat Kohli gets new haircut

ସୂଚନା ଥାଉକି, ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ଏହାକୁ ନେଇ କ୍ରୀଡାପ୍ରେମୀମାନେ ବେଶ ଉତ୍ସାହିତ ରହିଛନ୍ତି। ଚଳିତ ସିଜିନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଚେନ୍ନାଇର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।

Get real time updates directly on you device, subscribe now.