fbpx

୫ ମାସ ରହିଲାନି ମେଜର ଧ୍ୟାନଚାନ୍ଦଙ୍କ ଷ୍ଟାଚ୍ୟୁ: ଭୁଷୁଡ଼ି ପଡିଲା ୪୦ ଫୁଟର ପ୍ରତିମୂର୍ତ୍ତି

ରାଉରକେଲା: ହକିର ଜନକ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିକୁ ୫ ମାସ ବି ପୂରଣ ହୋଇନି । ଆଜି ଭୁଷୁଡି ପଡିଛି ୪୦ ଫୁଟର ବିଶାଳ ପ୍ରତିମୂର୍ତ୍ତି । ହକିର ଜଣେ ଜାଦୁଗର ଭାବରେ ସୁପରିଚିତ ମେଜର ଧ୍ୟାନଚାନ୍ଦଙ୍କ ସମ୍ମାନାର୍ଥେ ନିର୍ମାଣ ହୋଇଥିବା ପ୍ରତିମୂର୍ତ୍ତି ଆଜି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲା ରାଉରକେଲା ବିମାନ ବନ୍ଦର ନିକଟରେ ୫ ମାସ ହେବ ତିଆରି ହୋଇଥିଲା ଏକ ଏକ ମୂର୍ତ୍ତି । ତରତରିଆ ଭାବେ ତିଆରି ହୋଇଥିଲା ହକିର ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ମୂର୍ତ୍ତି । ହେଲେ ଆଜି ଭୁଷୁଡି ପଡିଛି ଏହି ୪୦ ପୁଟର ଷ୍ଟାଚ୍ୟୁ ।

ମିଳିଥିବା ସୁଚନା ଅନୁସାରେ ଆଜି କାଳବୈଶାଖୀର ଭୀଷଣ ପବନ ଯୋଗୁଁ ପଡ଼ିଲା ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଅନ୍ୟ ରାଜନୈତିକ ଦଳ କେତେ ନିମ୍ନ ମାନର ଏହି ଷ୍ଟାଚ୍ୟୁକୁ ନିର୍ମାଣ କରାଯାଇଥିଲା ଯେ, ଏତେ ଶୀଘ୍ର ଭଷୁଡୁ ପଡିଲା । ଏନେଇ ରାଉରକେଲା ସ୍ମାର୍ଟ ସିଟି ସହରର ବିଭିନ୍ନ ସଂଗଠନର ଭଦ୍ର ବ୍ୟକ୍ତି ତଥା ବିଭିନ୍ନ ରାଜନୈତିକ ଦଳର କର୍ମ କର୍ତାମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ପରିମାଣର ହୋଇଥିବା ହକି ଷ୍ଟାଡିୟମ୍ ନିର୍ମାଣ ହୋଇଛି ହେଲେ ଏପରି ଘଟଣା ଆଜି ଦେଖିବା ପରେ ଲୋକଙ୍କର ବିଭିନ୍ନ ପ୍ରକାର ପ୍ରଶ୍ନ ଉଠୁଛି । ଷ୍ଟାଡିୟମ୍ ମଧ୍ୟ କେତେବେଳେ ଭୁଷୁଡି ପଡିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପୁରା ରାଉରକେଲା ସହରରେ ସନସନି ଖେଳିଯାଇଛି ।

Get real time updates directly on you device, subscribe now.