ଇନ୍ସପେକ୍ଟର ସ୍ତରରେ ବଡ ଅଦଳବଦଳ, 110 SIଙ୍କୁ ପଦୋନ୍ନତି

ଭୁବନେଶ୍ବର: ବିଳମ୍ବର ଅବସାନ ଘଟିଲା । ଏସଆଇଙ୍କୁ ମିଳିଲା ପଦୋନ୍ନତି । 110 ଏସଆଇଙ୍କୁ ଇନ୍ସପେକ୍ଟରକୁ ପଦୋନ୍ନତି କରାଯାଇଛି । ଫାଇଲରେ ଡିଜିଙ୍କର ମୋହର ବାଜିଛି । ଏସଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି କରରାଯାଇଥିଲେ ହେଁ ବର୍ତ୍ତମାନ ସେ ଉକ୍ତ ପଦବୀରେ ହିଁ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ଓଡିଶା ପୋଲିସ ଏବଂ ଗୃହ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ପଦୋନ୍ନତି ପାଇଥିବା ଏହି 110 ଜଣ ଇନ୍ସପେକ୍ଚରଙ୍କୁ ନୂତନ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ପୋଲିସ ମୁଖ୍ୟାଳୟ ପକ୍ଷରୁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି ।

ରାଜ୍ୟ ପୋଲିସ ମୁଖ୍ୟାଳୟରେ କେନ୍ଦ୍ରୀୟ ଚୟନ ବୋର୍ଡ ପକ୍ଷରୁ ଏସଆଇରୁ ଇନ୍ସପେକ୍ଟର ପାହ୍ୟାକୁ 110 ଜଣଙ୍କୁ ପଦୋନ୍ନତି ନେଇ ବୋର୍ଡ ବସିଥିଲା । କିନ୍ତୁ ଏନେଇ କୌଣସି ଘୋଷଣା କରାଯାଇନଥିବା ବେଳେ ଗୁରୁବାର ଘୋଷଣା କରାଯାଇଛି । ଏହି ତାରିଖରେ 66 ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ରହିଛନ୍ତି ।