Makar Sankranti: ମକର ସଂକ୍ରାନ୍ତିରେ ଧନଲାଭ ପାଇଁ କରନ୍ତୁ ଏହି କାମ, ହୋଇଯିବେ ମାଲାମାଲ!

ନୂଆଦିଲ୍ଲୀ:  ରାତି ପାହିଲେ ମକର ସଂକ୍ରାନ୍ତି । ଜୋତିର୍ବିଦଙ୍କ କହିବା ଅନୁସାରେ, ଆସନ୍ତାକାଲି 9 ଘଣ୍ଟା ପୂଣ୍ୟକାଳ ରହିବ । ତେବେ ଏଭଳି କିଛି କାମ କରିବା ଦ୍ବାରା ଧନ ଲାଭ ହୋଇପାରିବ ବୋଲି କୁହାଯାଇଛି ।

ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ 14 ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ । ତେବେ ଏହି ଦିନ ପୂଣ୍ୟକାଳର ବିଶେଷ ମହତ୍ତ୍ବ ରହିଛି । ଜ୍ୟାତିଷ ଗଣନା ଅନୁସାରେ, ସକାଳ 9 ଟା 3 ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା 5ଟା 46 ମିନିଟରେ ଶେଷ ହେବ ।

ମକର ସଂକ୍ରାନ୍ତିର ଶୁଭ ମୁହୁର୍ତ୍ତରେ 9 ଘଣ୍ଟା ପୂଣ୍ୟକାଳ ରହିବ । ଏଭଳି କିଛି କାର୍ଯ୍ୟ କରିବା ଦ୍ବାରା ସୁଃଖ ସମୃଦ୍ଧି ବୃଦ୍ଧି ହେବ ବୋଲି କୁହାଯାଇଛି ।

ଏହି ସମୟରେ ସୂର୍ଯ୍ୟ ଏବଂ ଶନିଙ୍କର ମନ୍ତ୍ର ଜପ କରିଯାଇଥାଏ । ଗୀତା ମଧ୍ୟ ପାଠ କରିବା ଭଲ ବୋଲି କୁହାଯାଇଥାଏ । ଏହା ଦ୍ବାରା ଦୁଃଖ ଦରିଦ୍ର ଦୂର ହେବ ବୋଲି କୁହାଯାଇଥାଏ ।

ମକର ସଂକ୍ରାନ୍ତିର ପୂଣ୍ୟକାଳରେ ଭାତ, କମ୍ବଳ, ଗୁଡ, ରାଶି ଅନ୍ୟକୁ ଦାନ କରନ୍ତି । ଦାନ କରବା ପାଇଁ ଶୁଭ କାଳ ସକାଳ 7ଟା 14 ମିନିଟରୁ ସନ୍ଧ୍ୟା 5ଟା 45 ଯାଏଁ ରହିବ ।

କାଲି ଏକ ବଟବୃକ୍ଷ ଲଗାନ୍ତୁ । ଭୋଜନରେ ଖିଚଡୀ ତିଆରି କରନ୍ତୁ । ଭଗବାନଙ୍କୁ ଭୋଗ ଲଗାଇ ଏହାକୁ ପ୍ରସାଦ ରୂପରେ ଖାଆନ୍ତୁ ।

ଗୋମାତାଙ୍କ ଦେଦରେ 33 ଦେବାଦେବୀ ରହିଥାନ୍ତି ବୋଲି କୁହାଯାଇଥାଏ । ଏଥିପାଇଁ ମକର ସଂକ୍ରାନ୍ତିରେ ଘାସ ଖାଇବା ପାଇଁ ଦିଅନ୍ତୁ । ଏହାପରେ ସୁଃଖ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ ।

ଘରେ ଏକ ନାଲି ରଙ୍ଗର କପଡା ପକାଇ ସୂର୍ଯ୍ୟ ଯନ୍ତ୍ରକୁ ସ୍ଥାପିତ କରନ୍ତୁ । ଏହାକୁ ବିଧିବଧ ଭାବେ ପ୍ରାର୍ଥନା କରନ୍ତୁ ।