fbpx
BSKY
BJD MC SKY
BJD MS SKY

ମାର୍ଚ୍ଚ ୧୫ ସୁଦ୍ଧା ସୈନ୍ୟ ହଟାଅ, ଭାରତକୁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ମାଳଦ୍ୱୀପରେ ମୁତୟନ ଥିବା ଭାରତୀୟ ସୈନିକଙ୍କୁ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ପ୍ରତ୍ୟାହାର କରିନେବାକୁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରବିବାର ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସଚିବ ଅବଦୁଲ୍ଲା ନଜିମ୍ ଇବ୍ରାହିମ୍ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ସୈନିକ ମାଳଦ୍ୱୀପରେ ମୁତୟନ ହୋଇପାରିବେ ନାହିଁ । ଏହା ରାଷ୍ଟ୍ରପତି ମୁଇଜ୍ଜୁଙ୍କ ଦ୍ୱାରା ନିର୍ଦ୍ଧାରିତ ସରକାରୀ ନୀତିର ଏକ ଅଂଶ । ବର୍ତ୍ତମାନ ମାଳଦ୍ୱୀପରେ ୮୮ ଜଣ ଭାରତୀୟ ସୈନିକ ଥିବା ବେଳେ ଦୁଇ ଦେଶ ମଧ୍ୟରେ ସୈନ୍ୟ ହଟାଇବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା ।

ରବିବାର ମାଳଦ୍ୱୀପ ବୈଦେଶିକ ମନ୍ତ୍ରଣାଳୟ ମୁଖ୍ୟାଳୟରେ ଭାରତୀୟ ସୈନିକ ହଟାଇବା ନେଇ ପ୍ରଥମ ବୈଠନ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ ଉଚ୍ଚାୟୁକ୍ତ ମୁନୁ ମହାୱାର ଯୋଗ ଦେଇଥିଲେ । ଗତ ନଭେମ୍ବର ୧୭ରେ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ମୁଇଜ୍ଜୁ ଶପଥ ଗ୍ରହଣ କରିବା ପରେ ଭାରେତକୁ ସୈନ୍ୟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏବେ ରାଷ୍ଟ୍ରପତିଙ୍କ ଏହି ନିର୍ଦ୍ଦେଶ ବିଧିବଦ୍ଧ ଭାବେ ଭାରତ ସରକାରଙ୍କ ନିକଟକୁ ପଠାଯାଇଛି । କହିରଖୁଛୁ ମାଳଦ୍ୱୀପର ୩ ଜଣ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପତ୍ତିଜନକ ଟିପ୍ପଣୀ ଦେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

 

Get real time updates directly on you device, subscribe now.