ପୁଣି ଭୁଶୁଡ଼ିଲା ବିମାନବନ୍ଦର ପାଚେରୀ, ଲଗାଣ ବର୍ଷାରେ ଭାଙ୍ଗିଲା 20 ଫୁଟର କାନ୍ଥ

ପୁଣି ଭୁଶୁଡ଼ିଲା ବିମାନବନ୍ଦର ପାଚେରୀ । ପ୍ରବଳ ବର୍ଷାରେ ଭାଙ୍ଗିଲା ମାଲକାନଗିରି ଏଆରପୋର୍ଟ ପାଚେରୀ । ବର୍ଷା ପାଣି ଧୋଇନେଲା 20 ଫୁଟ ପାଚେରୀ ।

ମାଲକାନଗିରି: ପୁଣି ଭୁଶୁଡ଼ିଲା ବିମାନବନ୍ଦର ପାଚେରୀ । ପ୍ରବଳ ବର୍ଷାରେ ଭାଙ୍ଗିଲା ମାଲକାନଗିରି ଏଆରପୋର୍ଟ ପାଚେରୀ । ବର୍ଷା ପାଣି ଧୋଇନେଲା 20 ଫୁଟ ପାଚେରୀ । ନିମ୍ନମାନର କାମ ଯୋଗୁଁ ପାଚେରୀ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ପୂର୍ବରୁ 3 ଥର ଏୟାରପୋର୍ଟ ପାଚେରୀ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଅବିଶ୍ରାନ୍ତ ବର୍ଷାରେ ବୁଡ଼ିଲା ବିଭିନ୍ନ ପୋଲ । ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ପୋଲ ଉପରେ ୩ ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି । ପୋଲର ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି ।

ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି । କନ୍ୟାଶ୍ରମ ବ୍ରିଜ ବୁଡିଯାଇଥିବାରୁ କାଲିମେଳା ଠାରୁ ପଡିଆ ଯାତାୟାତ ଠପ୍ ହୋଇଯାଇଛି ।