Video: କୋଟିପତି ବୋହୂକୁ ଚ୍ୟାଲେଞ୍ଜ କଲେ ମାଲକାନଗିରିର ଗରିବ ଝିଅ, ଆଶ୍ଚର୍ଯ୍ୟ ହୋଇଗଲେ ନିତା ଅମ୍ବାନୀଙ୍କ ଠାରୁ ରାଷ୍ଟ୍ରପତି

ମାଲକାନଗିରି: (ଓଡ଼ିଶା ଭାସ୍କର) ନିତା ଅମ୍ବାନୀଙ୍କୁ ଚ୍ୟାଲେଞ୍ଜ କଲେ ମାଲକାନଗିରି ଝିଅ। କୋଟିପତି ବୋହୂକୁ ଚ୍ୟାଲେଞ୍ଜ କଲେ ମାଲକାନଗିରିର ଗରିବ ଝିଅ। ଆଶ୍ଚର୍ଯ୍ୟ ହୋଇଗଲେ ନିତା ଅମ୍ବାନୀଙ୍କ ଠାରୁ ରାଷ୍ଟ୍ରପତି।

ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟବି ଜଣାଇଲେ ଶୁଭେଚ୍ଛା। ଫୋବର୍ସ ଇଣ୍ଡିଆ ମାଗାଜିନ ପରେ ଏବେ ଫେମିନାର ଫେବ୍-65 ତାଲିକାରେ ସ୍ଥାନ ପାଇଛନ୍ତି ଉପାନ୍ତ ଜିଲ୍ଲା ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ।

ଜୟନ୍ତୀ ମାଲକାନଗିରି ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକ ତଥା ଜଣେ ଆଦିବାସୀ ମହିଳା ସମାଜସେବୀ ଭାବେ ତାଙ୍କ ଜୀବନ କାହାଣୀ ଫେମିନାର ଡିସେମ୍ବର ସଂସ୍କରଣରେ ସ୍ଥାନ ପାଇଛି ।

ପୁର୍ବରୁ ଜଙ୍ଗଲରାଣୀ ଓ ବଡଦିଦି ଭାବେ ବେଶ ପରିଚିତ ଜୟନ୍ତୀଙ୍କୁ ପୁଣି ଏବେ ଏହି ନୁଆ ଉପଲବ୍ଧି ଲାଗି ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି । ଫେମିନା ପକ୍ଷରୁ ୬୫ତମ ପ୍ରକାଶିତ ତାଲିକାରେ ଦେଶର ଅନେକ ଶକ୍ତିଶାଳୀ ମହିଳା ସ୍ଥାନ ପାଇଛନ୍ତି ।

ଯାହା ମଧ୍ୟରେ ରହିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, ଶିଳ୍ପପତି ନିତା ଅମ୍ବାନି ଓ କିରଣ ରାଓ । ଜୟନ୍ତୀ FWMI ଓମେନ ଏଣ୍ଡ ନେଟୱାର୍କରେ ଫିଲୋସିପ୍ କରିଛନ୍ତି ।

ପରେ ଜଙ୍ଗଲରାଣୀ ଅଭିଯାନ ଆରମ୍ଭ କରି ଆଦିବାସୀ ସଂସ୍କୃତି ଓ ପରମ୍ପରା ଲୋକେ ଲୋଚନକୁ ଆଣିଥିଲେ । ପରେ ପରେ ଦୁର୍ଗମ ଅଞ୍ଚଳର ଆଦିବାସୀ ଝିଅଙ୍କୁ ଟେକ୍ନୋଲୋଜି ବିଷୟରେ ଶିକ୍ଷା ଦେଉଥିଲେ ।

ଗତ ଛଅ ବର୍ଷ ଧରି ବଡଦିଦି ସଂଗଠନ କରି ଆଦିବାସୀ ମହିଳାଙ୍କୁ ଋତୁସ୍ରାବ ବିଷୟରେ ସଚେତନ କରୁଛନ୍ତି । ବଣ୍ଡା ଘାଟି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଅନେକ ପ୍ୟାଡ୍ ବେଙ୍କ ତିଆରି କରିଛନ୍ତି ଜୟନ୍ତୀ । ହେଲେ ଏତେ ସବୁ ପରେ ମଧ୍ୟ ଆଗକୁ ଆହୁରି ଅନେକ କିଛି କରିବାକୁ ବାକି ରହିଛି ବୋଲି ଜୟନ୍ତୀ କହିଛନ୍ତି ।