fbpx

ବିଜେପି ବିରୁଦ୍ଧରେ ମମତାଙ୍କ ବଡ ଅଭିଯୋଗ, ଆସନ୍ତା ଡିସେମ୍ବରରେ ବିଜେପି କରାଇବ ସାଧାରଣ ନିର୍ବାଚନ, ପ୍ରଚାର ଲାଗି ସବୁ ହେଲିକପ୍ଟର ବୁକ୍ ସରିଲାଣି

କୋଲକାତା: ଦେଶରେ ଆସନ୍ତା ଡିସେମ୍ବରରେ ସାଧାରଣ ନିର୍ବାଚନ ହେବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି ସେ ରାଜ୍ୟରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିକୁ ଯେପରି ଭାବରେ ହରାଇଥିଲେ ସେହିପରି ଭାବରେ କେନ୍ଦ୍ରରେ ବିଜେପିକୁ ବି ହରାଇବେ ।
ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବଡ ଅଭିଯୋଗ ଲଗାଇଛନ୍ତି ।

ମମତା କହିଛନ୍ତି କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ବଜେପି ସରକାର ଚଳିତ ବର୍ଷ ଡିସେମ୍ବରରେ ଲୋକସଭା ନିର୍ବାଚନ କରାଇ ପାରନ୍ତି । ତୃଣମୂଳ କଂଗ୍ରେସର ଯୁବ ସମର୍ଥକଙ୍କ ଏକ ରାଲିରେ ସମ୍ବୋଧିତ କରିବା ଅବସରରେ ମମତା ବାନାର୍ଜୀ ଏହି କଥା କହିଛନ୍ତି । ମମତା ଆହୁରି କହିଛନ୍ତି ବିଜେପି ଏହାର ନିର୍ବାଚନ ପ୍ରଚାର ଲାଗି ସମସ୍ତ ହେଲିକପ୍ଟର ଏବେ ଠାରୁ ବୁକ୍ କରିସାରିଲାଣି । ସେ ଅଭିଯୋଗ ଲଗାଇଛନ୍ତି କି ବିଜେପି ଅନ୍ୟ ରାଜନୈତିକ ଦଳକୁ ପ୍ରଚାର ଲାଗି ହେଲିକପ୍ଟରର ବ୍ୟବହାର କରିବାକୁ ଦେବ ନାହିଁ । ବିଜେପି ଦେଶରେ ବିଦ୍ୱେଷ ଭାବ ବଢାଉଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ମମତା କହିଛନ୍ତି ବିଜେପି ତୃତୀୟ ବାର ଦେଶରେ କ୍ଷମତାକୁ ଆସିଲେ ଏକଛତ୍ରବାଦ ଶାସନ ଜାରି କରିବ । ସେ କହିଛନ୍ତି ଯେପରି ଭାବରେ ତୃଣମୂଳ ପଶ୍ଚିମବଙ୍ଗରେ ମାର୍କବାଦୀ କମ୍ୟୁନିଷ୍ଟ ପାର୍ଟିର ୩ ଦଶକର ଦୀର୍ଘ ଶାସନକୁ ସମାପ୍ତ କରିଦେଇଥିଲା ସେହିପରି ଏବେ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବ ।

Get real time updates directly on you device, subscribe now.