fbpx

ଦିଦିଙ୍କ ପାଇଁ ବାଂଲାଦେଶୀ ଆମ୍ବ, ହସିନାଙ୍କ ପାଇଁ ତ୍ରିପୁରା ସପୁରୀ

Advertisement

କୋଲକାତା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧନ୍ୟବାଦ ଜଣାଇଥିବା ବେଳେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସପୁରୀ ପଠାଇଛନ୍ତି । ହସିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ନର୍ଥଇଷ୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ହରିଭଙ୍ଗା ଆମ୍ବ ପଠାଇଥିଲେ । ମମତା ବାନାର୍ଜୀ ଚିଠି ଲେଖି ଧନ୍ୟବାଦ ଜ୍ଞାପନ କରିଛନ୍ତି । ମୁଁ ପୂର୍ବରୁ ଅନେକ ଥର ରଙ୍ଗପୁର ଜିଲ୍ଳାର ହରିଭଙ୍ଗା ଆମ୍ବ ସମ୍ପର୍କରେ ଶୁଣିଥିଲି ମାତ୍ର କେବେ ଚାଖିନଥିଲି । ମାତ୍ର ଆପଣ ଏତେ ପରିମାଣରେ ଆମ୍ବ ପଠାଇଛନ୍ତି କି ମୁଁ ଖାଇବା ସହିତ ଏହାକୁ ମାଗଣାରେ ଦାନ କରିପାରିବି । ବାଂଲାଦେଶରୁ ଆସିଥିବା ଏହି ଆମ୍ବରେ ଆପଣଙ୍କ ଭଲପାଇବା ଓ ସ୍ନେହ ରହିଛି ବୋଲି ମମତା ଚିଠିରେ ଲେଖିଥିଲେ ।

ଅପରପକ୍ଷରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ କିନ୍ତୁ ରିଟର୍ଣ୍ଣ ଗିଫ୍ଟ ଭାବରେ ୬୫୦ କିଗ୍ରା ଆମ୍ବ ପଠାଇଛନ୍ତି । ତ୍ରିପୁରାରେ ଜାତୀୟ ଫଳ କ୍ୱିନ୍ ପାଇନାପୁଲ୍ (ସପୁରୀ)କୁ ୧୦୦ଟି ପ୍ୟାକେଟରେ ହସିନାଙ୍କ ପାଇଁ ପଠାଇଛନ୍ତି ବିପ୍ଲବ ଦେବ । ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ଉତ୍ତର ପୂର୍ବୀୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ୨୬୦୦ କିଗ୍ରା ଲେଖାଏଁ ଆମ୍ବ ପଠାଇଥିଲେ ।

Get real time updates directly on you device, subscribe now.