fbpx

ମୋଦିଙ୍କୁ ‘ବସଉଠ୍’ କରାଇବେ ଦିଦି !

ପଶ୍ଚିମବଙ୍ଗ ୧୪ ।୪ (ଓଡିଶା ଭାସ୍କର) : ଆସନ୍ତା ୧୭ ତାରିଖ ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏନେଇ ଦଳ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ତା’ ଉପରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଭାଷଣ ନିର୍ବାଚନୀକୁ ଆହୁରି ଗରମ କରିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନିର୍ବାଚନ କମିଶନର ଲଗାଇଥିବା ୨୪ ଘଣ୍ଟିଆ ବ୍ୟାନ ହଟି ଯିବା ପରେ ସେ ପୁଣି ବର୍ଷିଛନ୍ତି । ଗତକାଲି ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ମମତା ବାନାର୍ଜୀ । ଏହି ସଭାରେ ସେ ମୋଦିଙ୍କ ଉପରେ ଗର୍ଜିବା ସହ  ପ୍ରଧାନମନ୍ତ୍ରୀ ମିଛୁଆ ଏବଂ ତାଙ୍କ ମିଛ କେବେ ଗ୍ରହଣୀୟ ନୁହଁ ବୋଲି ଦିଦି କହିଛନ୍ତି । ମିଛ କହି କେବଳ ପଶ୍ଚିମବଙ୍ଗର ଜନତାଙ୍କୁ ଭ୍ରମିତ କରୁଛନ୍ତି । ପ୍ରଧାନମନ୍ତ୍ରୀ କୃଷ୍ଣନଗରର ଏକ ନିର୍ବାଚନୀ ସଭାରେ ମିଥ୍ୟାର ସବୁ ସୀମା ପାର କରିଥିବା କହିଛନ୍ତି ମମତା ବାନାର୍ଜୀ । ମତୁଆ ମାନଙ୍କ ବିକାଶ ଲାଗି ମମତା ସରକାର କିଛି କରି ନାହିଁ ବୋଲି ମୋଦି ତାଙ୍କ ଉପରେ ଆରୋପ ଲଗାଇଥିବା କହିଛନ୍ତି । ଯଦି ଏହି ଆରୋପ ସତ୍ୟ ପ୍ରମାଣିତ ହୁଏ , ତେବେ ମୁଁ ରାଜନିତୀରୁ ‘ସନ୍ୟାଶ’ ନେବି । କିନ୍ତୁ ପ୍ରଧାନମନ୍ତ୍ରୀ ଲଗାଇଥିବା ଆରୋପ ଯଦି ମିଥ୍ୟା ପ୍ରମାଣିତ ହୁଏ ତେବେ ମୋଦିଙ୍କୁ କାନ ଧରି ‘ବସଉଠ୍’ କରାଇବେ ବୋଲି କହିଛନ୍ତି ଦିଦି ତଥା ମମତା ବାନାର୍ଜୀ ।

Get real time updates directly on you device, subscribe now.