fbpx

ଚରମ ସୀମାରେ ପିପିଲି ରାଜନୈତିକ ହିଂସା; ଗଡିଲା ଜଣଙ୍କ ମୁଣ୍ଡ

ପିପିଲି, ୧୪।୪ (ଓଡିଶା ଭାସ୍କର)  : ପିପିଲିରେ ରାଜନୈତିକ ହିଂସାକାଣ୍ଡ ଚରମ ସୀମା ଟପିଗଲା । ପିପିଲିରେ ନିର୍ବାଚନୀ ମାହୋଲ ଭିତରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ପରିବାର ଲୋକ ଥାନରେ ଏତଲା ଦେଇଛନ୍ତି । ମୃତକଙ୍କ ନାମ ହେଲା ପାଣ୍ଡବ ବେହେରା । ଏହି ହିଂସା କାଣ୍ଡ ଘଟିଛି ପିପିଲି ଜେନାପୁର ଅଞ୍ଚଳର ଦେଓପୁର ହରିଜନ ବସ୍ତିରେ ଘଟିଥିବା ସୁଚନା ମିଳିଛି ।

ସୁଚନା ଅନୁସାରେ,  କୌଣସି ଏକ ରାଜନୈତିକ ଦଳୀୟ କର୍ମୀ ମାନେ ପ୍ରଥମେ ପାଣ୍ଡବକୁ ଭୋଟ ଦେବା ନେଇ ଟଙ୍କା ଲୋଭ ଦେଖାଇଥିଲେ । ଟଙ୍କା ନେଇ ପାଣ୍ଡବ ପୁଣି ଫେରାଇଦେଇଥିଲା । ଏହାପରେ ଗତ ୧୧ ତାରିଖରେ ପାଣ୍ଡବ ଏବଂ ତାଙ୍କ ଝିଅ ଉପରେ ଆକ୍ରମଣ ହୋଇଥିଲା ଏବଂ ସେ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ଥିଲେ ବୋଲି ବିଶେଷ ସୁତ୍ରରୁ ଖବର ପ୍ରକାଶ ପାଇଛି ।

Get real time updates directly on you device, subscribe now.