fbpx

ବିଜେପିର ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ମମତା ମହନ୍ତ: ନିକଟରେ ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଆଉ ଏକ ପଶାପାଲିରେ ବିଜୟ ହାସଲ ହାସଲ ଭାରତୀୟ ଜନତା ପାର୍ଟି । ବିଜେଡିରୁ ଇସ୍ତଫା ଦେଇଥିବା ରାଜ୍ୟସଭା ପ୍ରାର୍ଥୀ ମମତା ମହନ୍ତ ଏବେ ବିଜେପିର ପ୍ରମୁଖ ଦାୟିତ୍ୱରେ ସାମିଲ ହୋଇଛନ୍ତି । ଏ ନେଇ ବିଜେପି ତରଫରୁ ସୂଚନା ଦିଆଯାଇଛି । ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ସମୟରେ ଏହି ତାଲିକାରେ ମମତା ମହନ୍ତଙ୍କ ନାମ ସାମିଲ କରିଛି ବିଜେପି ।

ଶଙ୍ଖ ଛାଡ଼ି ପଦ୍ମ ପୋଖରୀରେ ପାଦ ଥାପିଛନ୍ତି ରାଜ୍ୟସଭା ପ୍ରାର୍ଥୀ ମମତା ମହନ୍ତ । ଏହାପରେ ଆଜି ନୂଆ ସରକାରରେ ସାମିଲ ହୋଇଛନ୍ତି ମମତା । ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ବିଜେଡିର ପୂର୍ବତନ ପ୍ରାର୍ଥୀନୀ ମମତା ମହନ୍ତଙ୍କ ନାମ ମଧ୍ୟ ସାମିଲ କରିଛି ବିଜେପି । ନିକଟରେ ବିଜେଡିରୁ ବିଦାୟ ନେଇଥିବା ମମତା ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଆସନ୍ତାକାଲି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବରେ ମମତା ନାମାଙ୍କନ ଦାଖଲ କରିପାରନ୍ତି । ମମତା ମହନ୍ତ ହେଉଛନ୍ତି ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟର ବାସିନ୍ଦା ।

Get real time updates directly on you device, subscribe now.