fbpx

ରାଷ୍ଟ୍ରପତିଙ୍କ ଜି-୨୦ ରାତ୍ରୀ ଭୋଜନ: ଯୋଗଦେଲେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି ସାମିଲ ହେଲେନାହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: ଭାରତ ଜି-୨୦ ସମ୍ମିଳନୀ ଆୟୋଜନ କରୁଥିବା ବେଳେ ଏକ ନୈଶ୍ୟ ରାତ୍ରୀ ଭୋଜନର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଏଥିରେ ଜି୨୦ ସଦସ୍ୟ ରାଷ୍ଟ୍ରର ଅନେକ ନେତା ଉପସ୍ଥିତ ଥିବା ବେଳେ ନିମନ୍ତ୍ରଣ ପାଇଁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଯୋଗ ଦେଇଥିବା ବିରୋଧୀ ଦଳର ରାଜ୍ୟ ନେତାଙ୍କ ମଧ୍ୟରେ ବିହାରର ନୀତୀଶ କୁମାର, ଝାଡଖଣ୍ଡର ହେମନ୍ତ ସୋରେନ ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ମଧ୍ୟ ଥିଲେ ।

Nitish Kumar Bihar Hemant Soren Jharkhand Mamata Banerjee G20 dinner President

ଏମାନଙ୍କ ବ୍ୟତିତ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଫଟୋରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା ।

ତେବେ ନିମନ୍ତ୍ରଣ ସତ୍ତ୍ୱେ କିିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇ ନଥିଲେ । ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମିଲ । ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେଉଁ କାରଣରୁ ଏଥିରେ ଯୋଗ ଦେଇନାହାନ୍ତି ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।

Image

ବାଗେଲ କହିଛନ୍ତି ଯେ ଜି -୨୦ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଜାତୀୟ ରାଜଧାନୀ ତଥା ବାହାରେ କୌଣସି ଯୋଜନାବଦ୍ଧ ବିମାନ ଉଡ଼ାଣ ଅନୁମତି ଦିଆଯାଇ ନ ଥିବାରୁ ସେ ଜି -୨୦ ରାତ୍ରୀ ଭୋଜନରେ ଯୋଗ ଦେବେନାହିଁ ।

 

Get real time updates directly on you device, subscribe now.