fbpx

‘ରାଜନୀତିକୁ ଗମ୍ଭୀରତାର ସହ ନେଉ ନାହିଁ କଂଗ୍ରେସ, ଏହି ଦଳ ପାଇଁ ହିଁ ମୋଦୀ ଆହୁରି ଶକ୍ତିଶାଳୀ ହେଉଛନ୍ତି’

Advertisement

ପାଣାଜି : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାହିଁକି ଆହୁରି ଶକ୍ତିଶାଳୀ ହେଉଛନ୍ତି ତାର କାରଣ କହିଛନ୍ତି । ସେ କହିଛନ୍ତି ଦେଶର ସବୁଠୁ ବଡ ବିରୋଧୀ ଦଳ କଂଗ୍ରେସ ରାଜନୀତିକୁ ଗମ୍ଭୀରତାର ସହ ନେଉନାହିଁ । ଗୋଆରେ କଂଗ୍ରେସ ମେଣ୍ଟ ଉପରେ ନିଷ୍ପତ୍ତି ନେଇ ନପାରିବା ଦଳର ଦୁର୍ବଳତାକୁ ଦର୍ଶାଉଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି । କଂଗ୍ରେସ ନିଷ୍ପତ୍ତି ନେଇ ପାରୁନଥିବାରୁ ଏହାର ପରିଣାମ ଦେଶ ଭୋଗୁଛି ବୋଲି ମମତା କହିଛନ୍ତି ।

ମମତା ବାନାର୍ଜୀ କହିଛନ୍ତି, ମୁଁ ସବୁ କିଛି ଏବେ କହି ପାରିବି ନାହିଁ । କାରଣ କଂଗ୍ରେସ ରାଜନୀତିକୁ ଗମ୍ଭିରତାର ସହ ନେଉ ନାହିଁ । କଂଗ୍ରେସ କାରଣରୁ ହିଁ ମୋଦୀ ଜୀ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ଯଦି କେହି ନିଷ୍ପତ୍ତି ନେଇ ପାରୁ ନାହାନ୍ତି ତେବେ ଦେଶ କାହିଁକି ଏହାର ପରିଣାମ ଭୋଗିବ ବୋଲି ମମତା କହିଛନ୍ତି । କଂଗ୍ରେସକୁ ପ୍ରଥମେ ଶାସନ କରିବାକୁ ସୁଯୋଗ ମିଳିଥିଲା । ହେଲେ ସେମାନେ ବିଜେପି ପରିବର୍ତ୍ତେ ମୋ ବିରୋଧରେ ଲଢୁଥିଲେ । ଏହା ବ୍ୟତୀତ ଟିଏମସି ଗୋଆର ସମସ୍ତ ୪୦ ଆସନରେ ନିର୍ବାଚନ ଲଢିବ ବୋଲି ମମତା ଘୋଷଣା କରିଛନ୍ତି ।

ଏହା ପୂର୍ବରୁ ସେ ବିଜେପି ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ବିଜେପି ଭଲ ଦିନ ଆସିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏମାନେ ଏବେ ଦେଶକୁ ଭାଙ୍ଗିବାରେ ଜୁଟିଛନ୍ତି । ଦେଶରେ ମହଙ୍ଗାଇ ବଢି ଚାଲିଛି । ଡିଜେଲ, ପେଟ୍ରୋଲ, ଏଲପିଜିର ଦାମ ଆକାଶଛୁଆଁ ରହିଛି । ଜିଏସଟି ବ୍ୟବସାୟକୁ ପ୍ରଭାବିତ କରୁଛି । ବିଜେପି ଏହି ପ୍ରସଙ୍ଗର ସମାଧାନ ପାଇଁ ସେତେଟା ଗମ୍ଭୀର ଜଣା ପଡୁନି । ଏହା ପୂର୍ବରୁ ଗୋଆ ଫରୱାର୍ଡ ପାର୍ଟିର ନେତା ବିଜୟ ସରଦାଶେଇ ମମତା ବାନାର୍ଜୀଙ୍କୁ ଭେଟିଥିଲେ ।

Get real time updates directly on you device, subscribe now.