fbpx

ଯୁବତୀଙ୍କ ଅଶ୍ଲୀଳ ଭିଡିଓ ରେକର୍ଡିଂ: ଯୁବକ ଗିରଫ

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ଗିରଫ ହୋଇଛନ୍ତି । ଉକ୍ତ ଯୁବକଙ୍କ ନାମ ରବି ନାରାୟର ଶାହା(୨୯) । ରବିଙ୍କ ଘର ଗୋପ ଥାନା ଅନ୍ତର୍ଗତ ବସନ୍ତପୁରରେ ହୋଇଥିବା ବେଳେ ସେ ରବି ଟକିଜ୍ ଅଞ୍ଚଳରେ ରହୁଥିଲେ । । ତାଙ୍କ ଠାରୁ ପୋଲିସ ୩ଟି ମୋବାଇଲ ଜବତ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରବି ରହୁଥିବା ଘର ନିକଟରେ ଜଣେ ଯୁବତୀ ଭଡ଼ାରେ ରହୁଥିଲେ । ଯୁବତୀ ଜଣକ ଗାଧୋଉଥିବା ସମୟରେ ଯୁବକ ଜଣକ ଅଶ୍ଲୀଳ ଭିଡିଓ ରେକର୍ଡିଂ କରିଥିଲେ । ପରବର୍ତ୍ତୀ ସମୟରେ ରବି ଯୁବତୀଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରବିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.