fbpx
BSKY SKY
BSKY SKY

(video)ମୁଣ୍ଡ ଉପରେ ୩୧୯ ଗ୍ଲାସ ରଖି ଧୀମା ନୃତ୍ୟ କଲେ ବ୍ୟକ୍ତି, ଗିନିଜ୍ ୱାର୍ଲ୍ଡ ରେକର୍ଡ ସେୟାର କଲା ଭିଡିଓ

BSKY

ନୂଆଦିଲ୍ଲୀ: ଆମ ଏହି ବିଶ୍ୱରେ ଏପରି ବହୁ ଅସମ୍ଭବ କାର୍ଯ୍ୟ ବେଳେ ବେଳେ ଦେଖିବାକୁ ମିଳିଥାଏ ଯାହାକୁ ଆମେ ସହଜରେ ବିଶ୍ୱାସ କରି ପାରି ନ ଥାଉ । ଏହିସବୁ ଅସମ୍ଭବ କାର୍ଯ୍ୟକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ କେର୍ଡରେ ସ୍ଥାନ ମିଳିଥାଏ । ନିକଟରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଇନଷ୍ଟାଗ୍ରାମରେ ଏପରି ଏକ ଭିଡିଓ ସେୟାର କରାଯାଇଛି ଯାହା ଦେଖିବା ପରେ ଆପଣ ବି ଚକିତ ହୋଇପଡିବେ । ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ବାଲାନ୍ସିଂ କଳାକୁ ପ୍ରଦର୍ଶିତ କରାଯାଇଛି ।

ଏହି ବ୍ୟକ୍ତି ଜଣକ ନିଜ ମୁଣ୍ଡ ଉପରେ ୩୧୯ ବୋତଲ ସଜାଇ ରଖିଛନ୍ତି ଓ ଧୀରେ ଧୀରେ ନୃତ୍ୟ କରୁଛନ୍ତି । ଲୋକମାନେ ତାଙ୍କର ଏପରି କାର୍ଯ୍ୟକୁ ଦେଖି ଚକିତ ହୋଇପଡିଛନ୍ତି । ଗତକାଲି ସେୟାର କରାଯାଇଥିବା ଏହି ପୋଷ୍ଟକୁ ଏ ପର୍ଯ୍ୟନ୍ତ ୪ ଲକ୍ଷ ଲୋକ ଦେଖିସାରିଲେଣି । ଏହି ଭିଡିଓ ଉପରେ ଲୋକମାନେ ଜୋରଦାର କମେଣ୍ଟ ବି କରିବାରେ ଲାଗିଛନ୍ତି ।

ଏହି ଭିଡିଓକୁ ସେୟାର କରି ଗିନିଜ୍ ବୁକ୍ ଏହାର କ୍ୟାପସନରେ ଲେଖିଛି କି, ଆରିଷ୍ଟୋଟେଲିସ୍ ବାଲାଓରିଟିସ୍ ନାମକ ଏହି ବ୍ୟକ୍ତି ନିଜ ମୁଣ୍ଡ ଉପରେ ସବୁଠାରୁ ଅଧିକ ମଦ ବୋତଲ ରଖି ବାଲାନ୍ସ କରିଛନ୍ତି । ଏହି ବୋତଲର ସଂଖ୍ୟା ୩୧୯ । ଏହି ବ୍ୟକ୍ତି ସାଇପ୍ରସର ପାକୋସ୍‌ରେ ରୁହନ୍ତି । ଭିଡିଓ କ୍ଲିପର ପ୍ରାରମ୍ଭରୁ ଦେଖିବାକୁ ମିଳୁଛି କି ବାଲାଓରିଟିସ୍ ନିଜେ ମୁଣ୍ଡ ଉପରେ କିଛି ଗ୍ଲାସ ରଖୁଛନ୍ତି । ଏହାପରେ ଟେବୁଲ ଉପରେ ଛିଡା ହୋଇଥଇବା ଜଣେ ବ୍ୟକ୍ତିି ତାଙ୍କ ମୁଣ୍ଡ ଉପରେ ଗ୍ଲାସ ସଂଖ୍ୟା ବଢାଇବାରେ ଲାଗିଛି । ଗ୍ଲାସ ସଂଖ୍ୟା ବଢିବା ସତ୍ତ୍ୱେ ବି ସେ ନିଜର ବାଲାନ୍ସ ବଜାୟ ରଖିଛନ୍ତି ।

Get real time updates directly on you device, subscribe now.