fbpx

World Cup 2023; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତରେ ହେବ ‘ସୂର୍ଯ୍ୟ’ ଉଦୟ! ହାର୍ଦ୍ଦିକଙ୍କ ସ୍ଥାନରେ ଖେଳିବେ କିଏ?

ନୂଆଦିଲ୍ଲୀ: ଆହତ ସମସ୍ୟା ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦଳରୁ ବାଦ୍ ପଡ଼ିଛନ୍ତି ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଗୋଡ଼ରେ ଆଘାତ ପାଇଁ ସେ ଖେଳ ମଝିରୁ ହିଁ ପାଭିଲିୟନ୍ ଫେରି ଯାଇଥିଲେ ଦଳର ଷ୍ଟାର ଅଲରାଉଣ୍ଡର । ଏହାପରେ ତାଙ୍କ ଗୋଡ଼ ସ୍କାନ କରାଯିବା ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଖେଳି ପାରିବେ ନାହିଁ ବୋଲି ସୂଚନା ଦେଇଛି ବିସିସିଆଇ । ତେବେ ବର୍ତ୍ତମାନ ହାର୍ଦ୍ଦିକଙ୍କ ବିକଳ୍ପକୁ ନେଇ ଚିନ୍ତାରେ ପଡ଼ିଯାଇଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କେଉଁ କେଳାଳିଙ୍କୁ ହାର୍ଦ୍ଦିକଙ୍କ ସ୍ତାନରେ ଦଳରେ ସୁଯୋଗ ମିଳିବ, ସେ ନେଇ ଚାଲିଛି ଅଙ୍କକଷା ।

ଚଳିତ ବିଶ୍ୱକପର ଲଗାତାର ପଞ୍ଚମ ବିଜୟ ଲକ୍ଷ୍ୟରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚ ପାଇଁ ଉପଲବ୍ଧ ନାହାନ୍ତି ଦଳର ଉପ-ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେଣୁ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳି ଦଳରେ ସ୍ଥାନ ପାଇପାରନ୍ତି । ତେବେ ଏହି ସ୍ଥାନରେ ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ନାଁ ଖୁବ ଆଗରେ ରହିଛି । ଦଳକୁ ଶେଷ ଓଭରରେ ବଡ଼ ଶଟ୍ ଖେଳିପାରିବା ଭଳି ଜଣେ ଖେଳାଳିଙ୍କ ଆବଶ୍ୟକତା ରହତିଛି । ତେଣୁ ସୂର୍ଯ୍ୟକୁମାର ଯାଦବ ହାର୍ଦ୍ଦିକଙ୍କ ସ୍ଥାନ ନେଇପାରନ୍ତି ବୋଲି ଆଶା କରାଯାଉଛି । ଗତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସୂର୍ଯ୍ୟକୁମାର ଦିନିକିଆରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇଛନ୍ତି । ତେଣୁ ରୋହିତ ହାର୍ଦ୍ଦିକଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ଦେଇପାରନ୍ତି ।

ତେବେ ସୂର୍ଯ୍ୟକୁମାର ଦଳରେ ସାମିଲ ହେଲେ, ଭାରତ ନିକଟରେ ମାତ୍ର ୫ ଜଣ ବୋଲରଙ୍କ ସହ ଓହ୍ଲାଇପାରିବ । କିନ୍ତୁ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିଭାଗକୁ ଦୃଷ୍ଟିରେ ରଖି ଷଷ୍ଠ ବୋଲରର ଆବଶ୍ୟକତା ପଡ଼ିପାରେ । ତେଣୁ ଏହି ମ୍ୟାଚରେ ମହମ୍ମଦ ଶାମୀଙ୍କୁ ସୁଯୋଗ ଦିଆଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ସିରାଜଙ୍କ ସହ ଦଳର ପେସ୍ ଆଟାକକୁ ମଜବୁତ କରିବା ପାଇଁ ଶାମୀ ବଡ଼ ହତିଆର ପାଲଟିପାରନ୍ତି । ତେବେ ରୋହିତଙ୍କ ନିକଟରେ ଜଣେ ବ୍ୟାଟ୍ସମ୍ୟାନ ଏବଂ ଜଣେ ବୋଲର ଉପଲବ୍ଧ ରହିଛନ୍ତି । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କିଏ ଦଳରେ ସ୍ଥାନ ପାଇବେ, ସେ ନେଇ ଆଲୋଚନା ଜାରି ରହିଛି ।

Get real time updates directly on you device, subscribe now.