fbpx
BSKY SKY
BSKY SKY

୧୦୦ କୋଟିର ମାଲିକ ରାସ୍ତାରେ, ରଜନୀକାନ୍ତଙ୍କ ପରି ଦେଖାଯାଉଛନ୍ତି ଏହି ବ୍ୟକ୍ତି

BSKY

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇ ଥାଏ । ଏହା ସହିତ କୌଣସି ଲୋକ ପରି ଅବିକଳ ଦେଖା ଯାଉଥିବା ଆଉ ଏକ ଲୋକ ମଧ୍ୟ ଥାଏ । ଅନେକ ଫିଲ୍ମ ଷ୍ଟାର ମାନଙ୍କର ଅବିକଳ ଦେଖା ଯାଉଥିବା ଲୋକ ଏଠାରେ ଅଛନ୍ତି । ଯେଉଁମାନଙ୍କ ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହୋଇଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ରଜନୀକାନ୍ତଙ୍କ ଡୁପ୍ଲିକେଟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ଚର୍ଚ୍ଚାର କାରଣ ହୋଇଛି । କିଛି ସମୟ ପୂର୍ବରୁ ଏକ୍ସରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ବ୍ଲୁ କଲର ସାର୍ଟରେ ଚପଲ ପିନ୍ଧି ରାସ୍ତା ଉପରେ ଲୋକମାନଙ୍କ ସାଙ୍ଗରେ କଥା ହେଉଛନ୍ତିି । ସେହି ବ୍ୟକ୍ତି ଜଣଙ୍କ ସାର୍ଟ ଏବଂ ହେୟାର ଷ୍ଟାଇଲ ସୁପରଷ୍ଟାର ରଜନୀକାନ୍ତଙ୍କ ପରି ଦେଖା ଯାଉଛି ।ଏଥି ପାଇଁ ଭିଡିଓ ଦେଖିବା ପରେ ଲୋକମାନେ କନଫୁଜ ହୋଇଥିଲେ ଏହି ବ୍ୟକ୍ତି ଜଣଙ୍କ ରଜନୀକାନ୍ତ ତ ନୁହଁନ୍ତି । ଅନେକ କନଫ୍ୟୁଜ ହୋଇ ଭିଡିଓରେ ଲେଖିଛନ୍ତି- ଏହି ବ୍ୟକ୍ତି ଜଣଙ୍କ ରଜନୀକାନ୍ତଙ୍କ ପରି ଦେଖା ଯାଉଛନ୍ତି । ଏହା ପରେ ଅନେକ କହିଛନ୍ତି ସେ ତ ୧୦୦ କୋଟିର ମାଲିକ । କେତେ ଜଣ କମେଣ୍ଟ କରିଛନ୍ତି ଏ ତ ରଜନୀକାନ୍ତଙ୍କ ଆକଟିଙ୍ଗକୁ ବାଟି ପିଇ ଦେଇଛନ୍ତି ।

ଅନେକ ପଚାରିଛନ୍ତି ଭାଇ ଏ ରଜନୀକାନ୍ତଙ୍କ ଡୁପ୍ଲିକେଟ କିଏ । ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିଷୟରେ କିଛି ଡିଟେଲ୍ସ ଜଣା ପଡି ନାହିଁ । କିନ୍ତୁ କମେଣ୍ଟରୁ ଯାହା ଜଣା ପଡୁଛି ସେ କୋଚିଗଙ୍ଗର ଏକ ଚା ବିକାଳୀ ବୋଲି ସୂଚନା ମିଳିଛି । ଯିଏ ଅବିକଳ ରଜନୀକାନ୍ତଙ୍କ ପରି ଦେଖା ଯାଉଛନ୍ତି । ଯାହା ଫଳରେ ସେ ଫେମସ ହୋଇଛନ୍ତି ।

Get real time updates directly on you device, subscribe now.