fbpx

ଅର୍ଥ ଅଭାବରୁ ହୋଇପାରୁନି ଝିଅର ଚିକିତ୍ସା: ସହାୟତା ମାଗୁଛନ୍ତି ବାପା (See Video)

Advertisement

ଅର୍ଥ ଅଭାବରୁ ଚିକିତ୍ସା ନ ପାଇ ଘରେ ପଡ଼ିରହିଛନ୍ତି ଝିଅ  । ଗରିବ ଦିନ ମଜୁରିଆଟିଏ ହୋଇଥିବାରୁ ଚିକିତ୍ସା କରାଇପାରୁନାହଁନ୍ତି ବାପା । ଆଉ ବିଛଣାରେ ପଡ଼ି ଯନ୍ତ୍ରଣା ପାଉଛି ଝିଅ । ନିଜର ଗୋରୁ ଗାଈ ବିକି ଝିଅକୁ ଚିକିତ୍ସା କରିବା ପାଇଁ ଅର୍ଥ ଯୋଗାଡ଼ କରି କଟକ ଏସସିବିର ଶିଶୁ ଭବନକୁ ଯାଇଥିଲେ ବାପା ଶେଷରେ ଚିକିତ୍ସା ବାବଦକୁ ସବୁ ଅର୍ଥ ଶେଷ ହୋଇଯିବାରୁ କଟକରୁ ନିରାଶ ହୋଇ ଫେରିଥିଲେ । ଆଉ ଚିକିତ୍ସା ପାଇଁ ନାହିଁ ହାତରେ ସମ୍ବଳ ଯାହା ତାଙ୍କ ପାଇଁ ପାଲଟିଛି ସାତ ସ୍ୱପ୍ନ ।

ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନର୍ଗତ ଧନେଶ୍ୱର ପଞ୍ଚାୟତର ଚିଲିପଦା ଗ୍ରାମରେ, ଗାଁର ବାସୁଦେବ ମଲ୍ଲିକଙ୍କ ୧୨ ବର୍ଷର ଝିଅ ଇତି ମଲ୍ଲିକଙ୍କର ଅର୍ଥ ଅଭାବରୁ ଚିକିତ୍ସା ଅସମ୍ଭବ ହୋଇପଡିଛି । ବାସୁଦେବ ଜଣେ ଦିନ ମଜୁରିଆ ହୋଇଥିବାରୁ ନିଜର ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇଥିବା ବେଳେ ନିଜର ଝିଅର ଚିକିତ୍ସା ପାଇଁ ସମ୍ବଳ ଜୁଟାଇ ପାରୁନାହାଁନ୍ତି । ଫଳ ସ୍ୱରୁପ ଦିର୍ଘ ଦିନ ହେବ ତାଙ୍କର ଝିଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଘରେ ପଡିରହିଛନ୍ତି  । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.