fbpx

ଚୋଟ ମାରିଥିବା ସାପକୁ କାମୁଡ଼ି ଖାଇ ଗଲେ ଯୁବକ, ଏମିତି ନେଲେ ପ୍ରତିଶୋଧ

Advertisement

ଦାନଗଦି: ବିରଳ ଘଟଣା । ଜଣେ ବ୍ୟକ୍ତି କାମ ସାରି ଘରକୁ ଫେରୁଥିବା ସମୟରେ ସାପ କାମୁଡ଼ିବା ପରେ ପ୍ରତିଶୋଧ ନେବାକୁ ଯାଇ ସେ ମଧ୍ୟ ଉକ୍ତ ସାପକୁ କାମୁଡ଼ିଥିବା ଜଣାଯାଇଛି । ବୁଧବାର ରାତିରେ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଶାଲିଜଙ୍ଗା ପଞ୍ଚାୟତର ଗାମ୍ବରିପଟିଆ ଗ୍ରାମରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ, ଗାମ୍ବରିପଟିଆର ୪୫ ବର୍ଷିୟ କିଶୋର ବଦାରା ଧାନ କ୍ଷେତରେ କାମ କରି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଘରକୁ ଯିବା ବାଟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ଏହାପରେ ସେ ଟର୍ଚ୍ଚ ପକାଇ ଦେଖିଥିଲେ ଏବଂ ସାପଟିକୁ ପାଇ ମଧ୍ୟ ଯାଇଥିଲେ । ଆଉ ସାପକୁ ଆଣି ପ୍ରତିଶୋଧ ନେବାକୁ ଯାଇ ସେ ସାପକୁ କାମୁଡ଼ିଦେଇଥିଲେ । ସାପକୁ କାମୁଡ଼ି ତାର ରକ୍ତ ମଧ୍ୟ ପିଇଥିଲେ । ଯାହାଫଳରେ ସାପଟି ମରିଯାଇଥିଲା ।

ଖାଲି ସେତିକି ନୂହେଁ ସାପଟିକୁ ପାଟିରେ ଧରି ଗାଁକୁ ଆସିଥିଲେ । ଏହା ଦେଖି ଗାଁର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଶୋର ଘରକୁ ଆସି ନିଜ ପତ୍ନୀକୁ ସବୁ କଥା କହିଥିଲେ । ତେବେ କିଶୋର ସାପକୁ କାମୁଡ଼ି ମାରିବା ପରେ ବି ସେ ମେଡିକାଲକୁ ଯାଇନଥିଲେ । ତା ପରିବର୍ତ୍ତେ ସେ ଗାଁର ଏକ ଚିକିତ୍ସା କରୁଥିବା ଏକ ଲୋକ ପାଖକୁ ଯାଇଥିଲେ । ଯିଏକି ଆଦିବାସୀ ମାନଙ୍କ ଚିକିତ୍ସା ଆୟୁର୍ବେଦ ଉପାୟରେ କରେ । ବର୍ତ୍ତମାନ କିଶୋର ଏକଦମ୍ ସୁସ୍ଥ ଅଛନ୍ତି ।

Get real time updates directly on you device, subscribe now.