ଇଏ କିପରି ସମ୍ଭବ…ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ, ହେଲେ ହମ୍ପସରେ ଛେଚି ହେବାକୁ ଫେରିପାଇଲେ ଜୀବନ
ମହାରାଷ୍ଟ୍ରର କୋଲାହପୁରର କସାବା-ବୱାଡାରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟକର ଘଟଣା । ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ହମ୍ପସରେ ଛେଚିହେବାରୁ ଜୀବନ ବଞ୍ଚିଯାଇଛି ।
ନୂଆଦିଲ୍ଲୀ: ରୋଗୀଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ ଗୋଟିଏ ହମ୍ପସରେ ଛେଚିହେବାରୁ ବଞ୍ଚିଯାଇଛି ଜୀବନ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ ଅଟେ । ମହାରାଷ୍ଟ୍ରର କୋଲାହପୁରର କସାବା-ବୱାଡାରୁ ସାମ୍ନାକୁ ଆସିଛି ଏଭଳି ଘଟଣା । 65 ବର୍ଷୀୟ ପାଣ୍ଡୁରାଙ୍ଗ ଉଲପେଙ୍କ ସହ ଏପରି ଘଟଣା ଘଟିଛି ।
ଖବର ଅନୁସାରେ, ପାଣ୍ଡୁରାଙ୍ଗକୁ ଘରେ ହୃଦଘାତ ଆସିଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ନିରାଶ ହୋଇ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣୁଥିଲେ । ପରିବାର ପଡୋଶୀ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରରମ୍ଭ କରିଥିବା ବେଳେ ଗାଡି ଏକ ହମ୍ପସରେ ଛେଚିହେବାରୁ ପୁଣିଥରେ ତାଙ୍କର ଜୀବନ ଫେରିଆସିଥିଲା ।
ହଠାତ୍ ତାଙ୍କର ଆଙ୍ଗୁଠି ଚଳପ୍ରଚଳ ଦେଖି ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି । ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରାଯାଇଥିବେ ବେଳେ ସେ ଘରକୁ ଫେରିବାର ଖୁସି ସମସ୍ତଙ୍କୁ ଆତ୍ମବିଭୋର କରିଦେଇଛି । ହେଲେ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।