fbpx

ଟ୍ରେନ ଧକ୍କାରେ ଯୁବକଙ୍କର ମୃତ୍ୟୁ, ଧକ୍କା ଦେଇଥିବାରୁ ଦମ୍ପତ୍ତି ଗିରଫ

ନୂଆଦିଲ୍ଲୀ : ମୁମ୍ବାଇର ସାୟନ ରେଲୱେ ଷ୍ଟେସନରେ ଟ୍ରେନ ଦୁର୍ଘଟଣା ମାମଲା ସାମ୍ନାକୁ ଆସିଛି । ଏଠାରେ ୨୬ ବର୍ଷର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ତେବେ ପୋଲିସର ସୂଚନା ଅନୁସାରେ ଯୁବକ ଜଣକ ପ୍ଲଟଫର୍ମରେ ବୁଲୁଥିଲେ କୌଣସି କାରଣ ଯୋଗୁଁ ସେମାନଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା ଯାହାଫଳରେ ପୁରୁଷ ଯାତ୍ରୀ ଜଣଙ୍କ ତାଙ୍କୁ ଚାପୁଡା ମାରିଥିଲେ । ଯାହା ଫଳରେ ସେ ଟ୍ରେନ ଟ୍ରାକରେ ଖସି ପଡିଥିଲେ । ଏହା ପରେ ଯୁବକ ଜଣକ ଟ୍ରେନ ଟ୍ରାକରୁ ଉଠିକି ଆସିବା ଭିତରେ ଆଉ ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ପୋଲିସ ଚାପୁଡା ମାରିବା ଏବଂ ରେଲୱେ ଟ୍ରାକରେ ଧକ୍କା ଦେବା ଆରୋପରେ ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି ।

ଜଣେ ଅଧିକାରୀଙ୍କ କହିବା ଅନୁସାରେ ମୃତକ ଦିନେଶ ରାଠୋର ରେଲୱେ ଟ୍ରାକର ୧ ନମ୍ବର ପ୍ଲାଟଫର୍ମରେ ବୁଲୁଥିଲେ । ଏହା ପରେ ସେ ଜଣେ ମହିଳାଙ୍କ ସହ ଭୁଲରେ ଧକ୍କା ହୋଇଥିଲେ । ଏହା ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ଚାପୁଡା ମାରିଥିଲେ । ଯାହା ଫଳରେ ସେ ରେଲୱେ ଟ୍ରାକରେ ଖସି ପଡିଥିଲେ । ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି କିପରି ଦିନେଶଙ୍କୁ ବ୍ୟକ୍ତି ଜଣକ ଚାପୁଡା ମାରୁଛନ୍ତି ଏବଂ ସେ ରେଲୱେ ଟ୍ରାକରେ ପଡିଯାଉଛନ୍ତି ।

ଗିରଫ ହୋଇଥିବା ଦମ୍ପତିଙ୍କ ନାମ ଅବିନାଶ ମାନେ ତାଙ୍କ ବୟସ ୩୧ ବର୍ଷ । ଏବଂ ତାଙ୍କ ପତ୍ନୀ ଶିତଲ ମାନେ ଯାହାଙ୍କ ବୟଷ ୩୦ । ପୋଲିସର କହିବା ଅନୁସାରେ ଏହି ଘଟଣା ୧୩ ଅଗଷ୍ଟ ରାତି ୯ ଟା ସମୟର ଘଟଣା ଯେତେବେଳେ ଦମ୍ପତି ନିଜ ଘରକୁ ଫେରୁଥିଲେ । ଦମ୍ପତିଙ୍କ କହିବା ଅନୁସାରେ ମୃତକ ରାଠୋର ମଦ ପିଇଥିଲେ ଏବଂ ସେ ସେହିସ୍ଥାନରେ ଥିଲେ ଯେଉଁଠାରେ ମହିଳା କମ୍ପାଟମେଣ୍ଟର ବଗି ରହିଥାନ୍ତା । ଏହା ପରେ ମହିଳା ଜଣଙ୍କ ତାଙ୍କୁ ଛତାରେ ମାରିଥିଲେ । ପରେ ପୁଣି ମହିଳାଙ୍କ ସ୍ୱାମୀ ଆସି ତାଙ୍କୁ ପଛରେ ଏକ ଚାପୁଡା ମାରିଥିଲେ ଯାହା ଫଳରେ ସେ ଟ୍ରେନ ଟ୍ରାକରେ ଗଳି ପଡିଥିଲେ । ଲୋକମାନେ କିଛି ବୁଝିବା ଆଗରୁ ଟ୍ରେନ ଟ୍ରାକରେ ପଳାଇ ଆସିଥିଲା । ଯାହା ଫଳରେ ସେ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.