ପରିବା ଭାବି ଖାଇଲେ ମୂଷା । ଜାଣିବା ପରେ କଲେ ଥାନାରେ ଅଭିଯୋଗ । ସ୍ପେନରେ ଜଣେ ବ୍ୟକ୍ତି ପରିବା ଭାବି ଭୁଲରେ ଖାଇଦେଲେ ମୂଷା । ଫ୍ରାନ୍ସର ଜୁଆଁ ଜୋସ ନାମକ ଜଣେ ବ୍ୟକ୍ତି ମୂଷାକୁ ଏକ ପରିବା ଆଟିଚୋକ ଭାବି ଖାଇଦେଲେ । କିନ୍ତୁ ଯେତେବେଳେ ତାଙ୍କୁ ଏହି ବିଷୟରେ ଜଣାପଡ଼ିଥିଲା ସେ ଫ୍ରାନ୍ସର ସୁପରମାର୍କେଟ ଉପରେ ଅଭିଯୋଗ ଆଣିଥିଲେ ।
ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜୋସ ଏକ ଫ୍ରାନ୍ସିସ ସୁପରମାର୍କେଟରୁ ପରିବା ଏବଂ ଆଳୁ କିଣିଥିଲେ, ଏବଂ ଯେତେବେଳେ ସେ ଏହାକୁ ନେଇ ଘରେ ରୋଷେଇ କରି ପ୍ଲେଟରେ ଖାଇବା ପାଇଁ ରଖିଥିଲେ ସେତେବେଳେ ସେ ସେଥିରେ ଏକ କଳା ରଙ୍ଗର ବସ୍ତୁଥିବା ପାଇଥିଲେ । ଜୋସ ଏହାକୁ ଆଟିଚୋକ୍ ଭାବି ଖାଇଥିଲେ ।
କିନ୍ତୁ ଯେତେବେଳେ ଦ୍ୱିତୀୟ ଥର ସେ ଏହାକୁ ଖାଇଥିଲେ ତାଙ୍କୁ ଏହା କିଛି ଅଲଗା ଲାଗିଥିଲା । ଯାହାପରେ ସେ ଏହାକୁ ଭଲ ଭାବରେ ଦେଖିଥିଲେ ଏବଂ ଜାଣିବାକୁ ପାଇଥିଲେ ଏହା ଆଟିଚୋକ ନୁହେଁ ବରଂ ମୂଷାର ମୁଣ୍ଡ ଏବଂ ଏହା ପୂର୍ବରୁ ଯାହା ଖାଇଥିଲେ ତାହା ମଧ୍ୟ ମୂଷାର ଶରୀରର ଅଂଶ । ଏହାପରେ ସେ ଏନେଇ ପୋଲିସରେ ଏକ ମାମଲା ରୁଜୁ ମଧ୍ୟ କରିଛନ୍ତି । ଯାହାପରେ ସୁପରମାର୍କେଟ୍ ମଧ୍ୟ ଉତ୍ପାଦନକାରୀ କମ୍ପାନୀ ବିରୋଧରେ ପଦକ୍ଷେପ ନେଇଛି ।