fbpx

ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ନେଇ ଖୁସି ମନାଇବା ପଡ଼ିଲା ମହଙ୍ଗା: ଉତକ୍ଷିପ୍ତ ହୋଇ ସ୍ତ୍ରୀ ଓ ଶାଶୂଙ୍କ ନାମରେ FIR ଦାଖଲ କଲେ ଯୁବକ

ନୂଆଦିଲ୍ଲୀ: ଭାରତରେ ରହି ପାକିସ୍ତାନ ବିଜୟ ଉତ୍ସବ ପାଳନ କରିବା ଉତ୍ତରପ୍ରଦେଶର ଦୁଇଜଣ ମହିଳାଙ୍କୁ ମହଙ୍ଗା ପଡ଼ିଛି । ଗତ ମାସରେ ପାକିସ୍ତାନ ଭାରତକୁ ଟି-୨୦ ବିଶ୍ୱକପରେ ପରାସ୍ତ କରିଥିଲା । ଏହାପରେ ରାବିଆ ଶାମସୀ ଓ ତାଙ୍କର ପରିବାର ଲୋକେ ବାଣ ଫୁଟାଇବା ସହ ହ୍ୱାଟସଆପରେ ଷ୍ଟାଟସ୍ ଅପଡେଟ୍ କରି ଖୁସି ମନାଇଥିଲେ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ୟୁପିର ଜଣେ ଯୁବକ ତାଙ୍କର ପତ୍ନୀ ଓ ଶାଶୂଙ୍କ ନାମରେ ପୋଲିସରେ ଏଫଆଇଆର ଦାଖଲ କରିଛନ୍ତି ।

ଜଣାପଡ଼ିଛି ଯେ, ରାମପୁରର ଅଜିମ ନଗରରେ ରହୁଥିବା ଇଶାନ ମିୟା ଏହି ଅଭିଯୋଗ ଦାଖଲ କରିଛନ୍ତି । ରାମପୁର ଜିଲ୍ଲାର ଗଞ୍ଜ ପୋଲିସ ଷ୍ଟେସନରେ ଏହି ଏଫଆଇଆର ପଞ୍ଜୀକୃତ ହୋଇଥିବା ବେଳେ ଆଇଟି ଆକ୍ଟ, ୨୦୦୮ର ଆଇପିସି ଧାରା ୧୫୩-ଏ ଓ ଧାରା ୬୭ (ସଂଶୋଧନ) ଅଧିନିୟମରେ ଏହା ଫାଇଲ୍ କରାଯାଇଛି । ଭାରତୀୟ କ୍ରିକେଟ ଦଳକୁ ପରିହାସ କରାଯାଇଥିବା ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଏଫଆଇଆର ଦାଖଲ କରିଥିବା କହିଛନ୍ତି ଏସପି ଅଙ୍କିତ ମିତ୍ତଲ । ସୂଚନାଯୋଗ୍ୟ ଯେ, ଚଳିତ ବିଶ୍ୱକପରେ ଭାରତ ନିଜର ପଦାର୍ପଣ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ୧୦ ୱିକେଟରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା । ପ୍ରଥମ ଥର ପାଇଁ ପାକିସ୍ତାନ ବିଶ୍ୱକପ ପରି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା । ଭାରତୀୟ ଦଳର ନିମ୍ନମାନର ପ୍ରଦର୍ଶନକୁ ନେଇ ବିଭିନ୍ନ ମହଲରେ ନାନାପ୍ରକାର ସମାଲୋଚନା କରାଯାଇଥିଲା ।

Get real time updates directly on you device, subscribe now.