fbpx

(Video) ରାତିରେ ହେଉଥିଲା ସ୍ୱପ୍ନାଦେଶ, ସତରେ ଘରୁ ବାହାରିଲା ଭଗବାନଙ୍କ ମୂର୍ତ୍ତି

Advertisement

ଜଗତସିଂହପୁର: ଘର ମାଲିକଙ୍କୁ ହେଲା ସ୍ୱପ୍ନାଦେଶ ଆଉ ଘର ଖୋଳିବା ପରେ ବାହାରିଲା ୧୮ଟି ପ୍ରାଚୀନ ମୂର୍ତ୍ତି । ଏଭଳି ଏକ ଅଲୌକିକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିବାଟି ଗ୍ରାମରେ । ଗ୍ରାମର ଶମ୍ଭୁନାଥ ବେହେରାଙ୍କ ଘରୁ ମୋଟ ୧୮ ଟି ପିତ୍ତଳ ମୂର୍ତ୍ତି ମିଳିଛି ।

ଏନେଇ ଶମ୍ଭୁନାଥ କହିଛନ୍ତି ତାଙ୍କୁ ବାରମ୍ବାର ସ୍ୱପ୍ନାଦେଶ ହେଉଥିଲା କିନ୍ତୁ ସେ ଏକଥାକୁ କେବଳ ସ୍ୱପ୍ନ ଭାବି ଧ୍ୟାନ ଦେଉନଥିଲେ । କିନ୍ତୁ ଶୁକ୍ରବାର ରାତିରେ ତାଙ୍କୁ ବାରମ୍ବାର ସ୍ୱପ୍ନାଦେଶ ହୋଇଥିଲା । ଆଉ ଏଥିରେ ସେ ବିଚଳିତ ହୋଇପଡିଥିଲେ । ଆଉ ଆଜି ଶନିବାର ପରିବାର ଏବଂ ଗ୍ରାମବାସୀଙ୍କୁ ଜଣାଇବା ପରେ ଘର ଖୋଳାଯାଇଥିଲା ଯେଉଁଥିରେ ୧୮ ଟି ପ୍ରାଚୀନ ପିତ୍ତଳ ମୂର୍ତ୍ତି ଉଦ୍ଧାର କରାଯାଇଛି ।

ତେବେ ମୂର୍ତ୍ତି ମିଳିବା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଲୋକମାନେ ଶମ୍ଭୁନାଥଙ୍କ ଘରକୁ ମୂର୍ତ୍ତି ଦେଖିବା ପାଇଁ ଆସୁଛନ୍ତି । ସେପଟେ ଘଟଣା ସମ୍ପର୍କରେ ଖବର ପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ସେଠାରେ ପହଞ୍ଚି ମୂର୍ତ୍ତିର ଯାଞ୍ଚ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.