(ଭାଇରାଲ ଭିଡିଓ)ବାଥରୁମ୍ ପ୍ରେମରେ ପଡ଼ିଛନ୍ତି ବ୍ୟକ୍ତି, ବଧୂ ପରି ସଜେଇଛନ୍ତି ପାଇଖାନାକୁ
ବ୍ୟକ୍ତି ତାଙ୍କ ଘରର ବାଥରୁମ୍ ଭଲ ପାଆନ୍ତି। ସେ ବାଥରୁମ୍ ସାଜସଜ୍ଜାରେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। ବାଥରୁମର ପ୍ରତ୍ୟେକ କୋଣକୁ ମହଙ୍ଗା ଜିନିଷରେ ସଜାଯାଇଛି।
ନୂଆଦିଲ୍ଲୀ: ପ୍ରେମ କିଏ ମଣିଷଙ୍କୁ କରେ କିଏ ପଶୁପକ୍ଷୀଙ୍କୁ କରେ। ପ୍ରେମ ଏପରି ଏକ ଭାବନା ଯେଉଁଥିରେ ଅନ୍ୟ ବ୍ୟକ୍ତିଟି ତୁମକୁ ଦୁନିଆର ସବୁଠାରୁ ସୁନ୍ଦର ମନେହୁଏ। ଥରେ ପ୍ରେମରେ ପଡ଼ିଗଲେ, ତା ତୁଳନାରେ ଅନ୍ୟ ସବୁକିଛି ଫିକା ଲାଗିଯାଏ। କିନ୍ତୁ ଯଦି ଏହି ପ୍ରେମ ଜଣେ ବ୍ୟକ୍ତି ସହିତ ନୁହେଁ, ତେବେ କଣ ହେବ?
ଏହି ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ମଣିଷ ବଦଳରେ ଜିନିଷଗୁଡ଼ିକୁ ଅଧିକ ପ୍ରେମ କରନ୍ତି। ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯିଏ ନିଜ ଘରର ବାଥରୁମକୁ ବହୁତ ଭଲ ପାଉଥିବା ଦେଖିବାକୁ ମିଳିଛି।
ଏହା ସହ ସେ ନିଜ ବାଥ୍ରୁମକୁ ଏପରି ସଜେଇଛନ୍ତି ଯେପରି ଏକ କନିଆଁ ସଜେଇ ହୋଇଛି। ଘରର ବାଥରୁମ୍ କୁ ହଠାତ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ହଠାତ ଭାବି ନେବେ ଏହା କ’ଣ ବେଡ୍ ରୁମ୍ ନା କ’ଣ।
ଏହି ଭାଇରାଲ ଭିଡିଓରେ, ବ୍ୟକ୍ତିଙ୍କ ପ୍ରକୃତ ପ୍ରେମ ଦେଖିବାକୁ ମିଳିଛି। ବ୍ୟକ୍ତି ତାଙ୍କ ଘରର ବାଥରୁମ୍ ଭଲ ପାଆନ୍ତି। ସେ ବାଥରୁମ୍ ସାଜସଜ୍ଜାରେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। ବାଥରୁମର ପ୍ରତ୍ୟେକ କୋଣକୁ ମହଙ୍ଗା ଜିନିଷରେ ସଜାଯାଇଛି। କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ତାଙ୍କ କମୋଡକୁ ମଧ୍ୟ ବଧୂ ପରି ସଜାଇଛନ୍ତି।
ବ୍ୟକ୍ତି ଜଣଙ୍କ ତାଙ୍କ ଘରର ବାଥରୁମକୁ ଭଲ ପାଆନ୍ତି। ସେ ବାଥରୁମକୁ ସଜାଇବାରେ କୌଣସି କସରତ ଛାଡି ନଥିଲେ। ତୁମେ ସବୁଠି ମହଙ୍ଗା ଜିନିଷ ଦେଖିବ। ଏହି ବ୍ୟକ୍ତି ଜଣଙ୍କ ଦିନରେ ଅଧିକାଂଶ ସମୟ ବାଥରୁମରେ ବିତାଇଥାଆନ୍ତିି। ସେ ତାଙ୍କ କମୋଡକୁ ଏକ ମହଙ୍ଗା କାର୍ପେଟରେ ସଜାଇଛନ୍ତି। ବେସିନରେ ଦାମୀ ମୁକ୍ତା ଖଚିତ ହୋଇଛି। ଏହି ପ୍ରେମ ଦେଖି ଦୁନିଆର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି।
କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ବ୍ୟକ୍ତି ଜଣକ ତାଙ୍କର ଏହି ପ୍ରେମକୁ ଲୁଚାଇ ନାହାଁନ୍ତି। ସେ ଏହାକୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି।
View this post on Instagram