ସମ୍ପତ୍ତି ପାଇଁ ମା’କୁ ବିଧା ଗୋଇଠା ମାରିଲା ପୁଅ, ଚପଲରେ ପିଟି ପିଟି ତଳେ ପକେଇଦେଲା
ସମ୍ପତ୍ତି ପାଇଁ ମା'କୁ ଚପଲରେ ମାଡ଼!
ରାଜସ୍ଥାନ: ସମ୍ପତ୍ତି ପାଇଁ ମା’କୁ ଚପଲରେ ମାଡ଼! ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟାରୁ। ଏଠାରେ ଜଣେ ପୁଅ ତାଙ୍କର ୬୫ ବର୍ଷୀୟ ମା’ଙ୍କୁ ସମ୍ପତ୍ତି ବିବାଦକୁ ନେଇ ମୁଥା ଏବଂ ଚପଲରେ ମାଡ଼ ମାରିଛି। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି ଯେ, ଆକ୍ରମଣକାରୀ ଦୀପୁ ମେହରା ନାମକ ବ୍ୟକ୍ତି ତାଙ୍କର ମା’ଙ୍କୁ ତଳେ ବସାଇ ଚପଲରେ ମାଡ଼ ମାରିବା ସହ ତାଙ୍କର ଚୁଟିକୁ ଧରି ମୁଥା ମାରୁଛନ୍ତି। ଏକ ଅନ୍ୟ ମହିଳା ତାଙ୍କୁ ରୋକିବାକୁ ଚେଷ୍ଟା କରୁଥିବାବେଳେ ଦୀପୁ ମେହରା କିନ୍ତୁ ଆକ୍ରମଣ ଜାରି ରଖିଛନ୍ତି। ମା’ ତଳେ ପଡିଯାଇଥିଲେ ମଧ୍ୟ ସେ ତାଙ୍କୁ ଗୋଇଠା ମାରିଚାଲିଛନ୍ତି।
ଏହି ଘଟଣା ସମ୍ପତ୍ତି ବିବାଦ ପାଇଁ ହୋଇଥିବା ଜଣାପଡ଼ିଛି। ଅଭିଯୋଗକାରୀ ସନ୍ତୋଷ ବାଇ କହିଛନ୍ତି ଯେ, ତାଙ୍କର ପୁଅ ସମ୍ପତ୍ତି ପାଇଁ ମା’ଙ୍କୁ ମାଡ଼ ମାରିବା ସହିତ ତାଙ୍କ ବାପାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଭିଡିଓ ଭାଇରାଲ ହେବାପରେ ପୋଲିସ ଏହି ଘଟଣାର ତଦନ୍ତ କରି ମାମଲା ରୁଜୁ କରିଛି ଏବଂ ଦୀପୁ ମେହରାଙ୍କୁ ଗିରଫ କରିଛନ୍ତି।