fbpx

ସ୍ତ୍ରୀ ଓ ଶିଶୁ ପୁତ୍ରକୁ ହତ୍ୟା ପରେ ଜୀବନ ହାରିଲା ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀ ଓ ଶିଶୁ ପୁତ୍ରକୁ ହତ୍ୟା କରିବା ପରେ ଯୁବକ ଜଣକ ନିଜେ ଆତ୍ମହତ୍ୟା କରିଛି । ପାରିବାରିକ କଳହକୁ ନେଇ ନିଜ ୧୦ ମାସର ପୁଅକୁ ମଧ୍ୟ ଛାଡି ନଥିଲା ଏହି ଜହ୍ଲାଦ ପିତା । ସ୍ତ୍ରୀ ଓ ଶିଶୁ ପୁତ୍ରର ବେକ କାଟିବା ପରେ ସ୍ୱାମୀ ଆତ୍ମ ହତ୍ୟାର ନିଷ୍ପତ୍ତି ନେଇଥିଲା ।
ବ୍ରହ୍ମପୁରର ଚମାଖଣ୍ଡି ଅନ୍ତର୍ଗତ ପୁଟବଗଡ ଗ୍ରାମରେ ଏହି ଘଟଣା ଘଟିଛି । ବନ୍ଦଘର ମଧ୍ୟରୁ ୩ ମୃତ ଦେହ ଉଦ୍ଧାର କରି ପୋଲିସ ତଦନ୍ତ କରୁଛି । ପୂର୍ବରୁ ପାରିବାରିକ କଳହ ରହିଥିବା ବେଳେ ବୁଧବାର ରାତିରେ ସେମିତି କିଛି ହେଇନଥିବା କହିଛନ୍ତି ମୃତକଙ୍କ ମା’ ।

Get real time updates directly on you device, subscribe now.