ମଦୁଆ ସ୍ୱାମୀର ଉନ୍ମତ୍ତ କାଣ୍ଡ, ଇଟାରେ ଛେଚିଲା ସ୍ତ୍ରୀର ମୁଣ୍ଡ… ରକ୍ତ ଜଡ଼ୁବୁଡ଼ୁରେ ମା’କୁ ଦେଖି ଝିଅର ଉଡ଼ିଗଲା ହୋସ୍
ମଦ ନିଶାରେ ସ୍ତ୍ରୀ ସହ ପ୍ରଥମେ ଝଗଡ଼ା ପରେ ସ୍ତ୍ରୀକୁ ଇଟାରେ ଛେଚି ଛେଚି ହତ୍ୟା କରିଛି ସ୍ୱାମୀ।
ଲକ୍ଷ୍ନୌ: ମଦୁଆ ସ୍ୱାମୀ ସାଜିଲା ହତ୍ୟାକାରୀ। ନିଶାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ। ଲକ୍ଷ୍ନୌ ମାଲ ଅଞ୍ଚଳରେ ପକରା ବଜାର ଗାଁରେ ମଦୁଆ ସ୍ୱାମୀର ଉନ୍ମତ୍ତ କାଣ୍ଡ। ମଦ ନିଶାରେ ସ୍ତ୍ରୀ ସହ ପ୍ରଥମେ ଝଗଡ଼ା ପରେ ସ୍ତ୍ରୀକୁ ଇଟାରେ ଛେଚି ଛେଚି ହତ୍ୟା କରିଛି ସ୍ୱାମୀ। ହତ୍ୟାକାଣ୍ଡ ଘଟାଇବା ପରେ ଚମ୍ପଟ ମାରିଛି ମଦୁଆ ସ୍ୱାମୀ।
ଲକ୍ଷ୍ନୌ ପକରା ବଜାର ଗାଁରେ ରହୁଥିବା ସୀମା ରବି ୬ ବର୍ଷ ତଳେ ବିବାହା କରିଥିଲେ। ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି। ରବି ତାଙ୍କ ଶଶୁର ଘର ଲୋକଙ୍କ ସହିତ ଚଣ୍ଡିଗଡ଼ରେ ଶ୍ରମିକ ଭାବରେ କାମ କରୁଥିଲେ ଏବଂ ୨୪ ଜୁଲାଇରେ ଗାଁକୁ ଆସିଥିଲେ।
ମଦ ପ୍ରିୟ ଥିଲା ରବି । ପ୍ରତିଦିନ ରବି ମଦ ପିଇ ଘରେ ଝଗଡ଼ା କରୁଥିଲା। ସେ ତାଙ୍କ ଅସୁସ୍ଥ ଭାଇଙ୍କୁ ଦେଖିବାକୁ ଗାଁକୁ ଆସିଥିଲେ ଏବଂ କିଛି ଦିନ ପାଇଁ ଏଠାରେ ରହିଥିଲେ। ରବିବାର ସକାଳ ସାଢ଼େ ୮ଟା ସମୟରେ ରବିର ଘରେ ଗୀତ ବାଜୁଥିଲା। ଏହି ସମୟରେ ରବି ଏବଂ ସୀମାଙ୍କ ମଧ୍ୟରେ ଝଗଡ଼ା ବାହାରକୁ ଶୁଣା ଯାଉଥିଲା। ଯୁକ୍ତିତର୍କ ବଢ଼ିବା ପରେ ରବି ଗୀତର ଭଲ୍ୟୁମ ଅଧିକ ବଢ଼ାଇ ଦେଲେ।
ଏହି ସମୟରେ, ରବି ହଠାତ୍ ଘରେ ରଖାଯାଇଥିବା ଏକ ଇଟା ଉଠାଇ ସୀମାଙ୍କ ମୁଣ୍ଡକୁ ଛେଚି ଛେଚି ତାଙ୍କୁ ହତ୍ୟା କରିଥିଲା। ରକ୍ତରେ ଜୁଡୁବୁଡୁ ହୋଇ ସୀମା ଛଟପଟ ହେଉଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଫେରାର ମାରିଥିଲା।
ସାନ ଝିଅ ଖେଳୁ ଖେଳୁ ଯେତେବେଳେ ଘର ଭିତରେ ପହଞ୍ଚିଥିଲା ମାଆର ଏଭଳି ଅବସ୍ଥା ଦେଖି ଜୋରରେ ଚିତ୍କାର କରି କାନ୍ଦିବାକୁ ଲାଗିଥିଲା। ପଡ଼ୋଶୀ ପିଲାର କାନ୍ଦ ଶୁଣି ଘରକୁ ଯାଇ ଦେଖନ୍ତିତ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ସୀମା ଛଟପଟ ହେଉଥିଲେ।
ପୋଲିସକୁ ଏନେଇ ତୁରନ୍ତ ଖବର ଦିଆଯାଇଥିଲା। ସୀମାକୁ ହସ୍ପିଟାଲ ନିଆଯାଇଥିଲା ସେଠାରେ ସୀମାର ମୃତ୍ୟୁ ହୋଇଥିଲା। ଏପଟେ ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ବେଳେ ତାକୁ ଖୋଜୁଛି ପୋଲିସ।