କୁକୁରକୁ ଗାଳି ଦେବା ପଡ଼ିଲା ମହଙ୍ଗା, ଯୁବକଙ୍କ ନାକ କାଟିଦେଲେ କୁକୁର ମାଲିକ
କୁକୁରକୁ ଗାଳି ଦେବାରୁ ସ୍ୱାମୀ ସ୍ତ୍ରୀକୁ ନିର୍ଧୁମ ମାଡ଼, କାଟିଲେ ନାକ।
ଉତ୍ତରପ୍ରଦେଶ: କୁକୁରକୁ ଗାଳି ଦେବା ବ୍ୟକ୍ତିଙ୍କ ଉପରେ ପଡ଼ିଲା ମହଙ୍ଗା। କୁକୁରର ମାଲିକ ଆସି ନିର୍ଧୁମ ଛେଚିବା ସହ କାଟିଦେଲା ନାକ। ଏପରିକି ପିଡୀତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ନିର୍ଧୁମ ଛେଚିଲେ ଅଭିଯୁକ୍ତ।
ତେବେ ଏହି ଘଟଣାରେ ପିଡୀତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି।
କୁକୁରକୁ ଗାଳି ଦେବା ପଡ଼ିଲା ମହଙ୍ଗା: ତେବେ ଘଟଣାଟି ଗ୍ରେଟର ନୋଏଡ଼ାର ନାଟ କି ମାଡାଇୟା ଗାଁରେ ଘଟିଥିଲା। ଏହି ଗାଁର ଦୁଇ ଜଣ ପଡ଼ୋଶୀ। ଜଣେ ପଡୋଶୀ ସତୀଶ ତାଙ୍କ ଘରେ ଏକ କୁକୁର ରଖିଥିଲେ।
ହେଲେ କୁକୁରଟି ଭୁକିବାରୁ ବିରକ୍ତ ହୋଇ ଅନ୍ୟଜଣେ ପଡ଼ୋଶୀ ଦେବେନ୍ଦ୍ର କୁକୁରକୁ ଗାଳି ଦେଇଥିଲେ। ଏହି କଥାରେ ରାଗିଯାଇ ପଡ଼ୋଶୀ ସତୀଶ, ତାଙ୍କ ଭାଇ ଅମିତ ଏବଂ ତାଙ୍କ ପୁଅ ତୁଷାର, ଦେବେନ୍ଦ୍ରଙ୍କ ଘରକୁ ଆସି ତାଙ୍କ ସ୍ତ୍ରୀ ମୁନ୍ନୀ ଦେବି ଓ ଦେବେନ୍ଦ୍ରଙ୍କୁ ପିଟିବା ଆରମ୍ଭ କରିଥିଲେ। ଏପରିକି ଦେବେନ୍ଦ୍ରଙ୍କ ନାକ ମଧ୍ୟ କାଟିଦେଇଥିଲେ।
ଥାନାରେ ମାମଲା: ଏହାପରେ ଅଭିଯୁକ୍ତମାନେ ମାଡ଼ ମାରି ସେଠାରୁ ଫେରାର ହୋଇଯାଇଥିଲେ। ପୀଡିତାଙ୍କ ବାପା ସୁଖବୀର ସିଂହ ତାଙ୍କ ଏଫଆଇଆରରେ କହିଛନ୍ତି ସେମାନେ ଦେବେନ୍ଦ୍ରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।
ପରେ ଦେବେନ୍ଦ୍ରଙ୍କ ନାକ କାଟିଦେଇଥିଲେ। ଏହାପରେ ପ୍ରଥମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଥାନାରେ ଅଭିଯୋଗ କରାଯାଇଥିଲା।
ଅଭିଯୋଗ ଆଧାରରେ ନୋଏଡ଼ା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ, ଆଉ ଜଣେ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ପୋଲିସ ଅଧିକ ତଦନ୍ତ ଚଳାଇଛି।