fbpx

୧୨ ଯୁବତୀଙ୍କୁ ବିବାହ କଲା ଜଣେ ଯୁବକ, ନାବାଳିକା ଥିଲେ ୮ ଜଣ, ସମସ୍ତଙ୍କୁ ଲଗାଇଲା ବେଶ୍ୟାବୃତ୍ତିରେ

ନୂଆଦିଲ୍ଲୀ: ଆଜିକାଲି ବିବାହ ଏକ କଳଙ୍କିତ ପ୍ରଥାରେ ପରିଣତ ହୋଇଗଲାଣି । ଏକାଧିକ ଯୁବତୀଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ କିଛି ଯୁବକ ଅନୈତିକ ଧନ୍ଦାରେ ଲଗାଉଥିବା ଜଣାପଡ଼ୁଛି । ବିହାରର ଜଣେ ଯୁବକ ଏଭଳି କିଛି କାରନାମା କରି ଗିରଫ ହୋଇଛନ୍ତି । ୩୨ ବର୍ଷୀୟ ଜଣେ ଯୁବକ ୧୨ ଜଣଙ୍କୁ ବିବାହ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ନାବାଳିକା ଥିଲେ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉକ୍ତ ୩୨ ବର୍ଷୀୟ ଯୁବକଟି ତା’ର ସମସ୍ତ ପତ୍ନୀଙ୍କୁ ଦେହ ବେପାରରେ ଲଗାଉଥିଲା । ଏନେଇ ତା’ ନାମରେ ଗତ ୨୦୧୫ରେ ମାମଲା ଦାୟର କରାଯାଇଥିଲା । ମାତ୍ର ସେବେଠାରୁ ସେ ଫେରାର ରହିଥିଲା । ଏବେ ପୋଲିସ ତାକୁ ଧରିବା ପରେ ପଚରାଉଚରା କରୁଛି ।

ତେବେ ଯୁବକଟି ଯେଉଁମାନଙ୍କୁ ବିବାହ କରୁଥିଲା ସମସ୍ତେ ମୁସଲମାନ ସମ୍ପ୍ରଦାୟର ଥିଲେ । ସେ ଯୁବତୀମାନଙ୍କୁ ବେଶ୍ୟାବୃତ୍ତିରେ ଲଗାଉଥିଲା ଓ ଅଧିକ ଅର୍ଥ ଲୋଭରେ ସେମାନଙ୍କୁ ବିକ୍ରି କରିଦେଉଥିଲା । ପୋଲିସ ଏବେ ସମସ୍ତ ଯୁବତୀଙ୍କୁ ଉଦ୍ଧାର ନେଇ ପ୍ରୟାସ ଜାରି ରଖିଛି ।

Get real time updates directly on you device, subscribe now.